କଟକରୁ ୫ ଲକ୍ଷ ଟଙ୍କାର ବାଣ ଜବତ : ଜଣଙ୍କୁ ଅଟକ ରଖିଛି ପୁଲିସ

0
383
କଟକରୁ ୫ ଲକ୍ଷ ଟଙ୍କାର ବାଣ ଜବତ
କଟକରୁ ୫ ଲକ୍ଷ ଟଙ୍କାର ବାଣ ଜବତ

କଟକ : ଦୀପାବଳି ପୂର୍ବରୁ ପୁଣି ଜବତ ହୋଇଛି ବାଣ। କଟକ ଜିଲ୍ଲା ଗୋପାଳ ସାହିରୁ ବିପୁଳ ପରିମାଣର ବାଣ ଜବତ କରିଛି ବିଡ଼ାନାସୀ ପୁଲିସ। ଜବତ ହୋଇଥିବା ବାଣର ମୂଲ୍ୟ ୫ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଏହି ଘଟଣାରେ ଜଣଙ୍କୁ ପୁଲିସ ଅଟକ ରଖିଛି। ତାଙ୍କ ନାଁ ବିକ୍ରମ କେଶରୀ।

ଦୀପାବଳିରେ କେବଳ ସବୁଜ ବାଣ ବିକ୍ରି ପାଇଁ ହାଇକୋର୍ଟ ତଥା ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ଏହା ବ୍ୟତୀତ ପ୍ରଦୂଷଣ ସୃଷ୍ଟି କରୁଥିବା ପାରମ୍ପରିକ ବାଣ ଯେପରି ବିକ୍ରି ନ ହୁଏ ସେଥି ପ୍ରତି ଦୃଷ୍ଟି ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ କଟକ କମିଶନରେଟ ପୁଲିସ ବେଆଇନ ବାଣ ବିକ୍ରିକୁ ରୋକିବା ପାଇଁ ଅଭିଯାନ ଆରମ୍ଭ କରିଛି। ଜଗତପୁର ପୁଲିସ ଗତକାଲି ବେଆଇନ ବାଣ ଜବତ କରିଥିବା ବେଳେ ଆଜି ବିଡ଼ାନାସି ପୁଲିସ ମଧ୍ୟ ବାଣ ଜବତ କରିଛି ।

ସୂଚନାଯୋଗ୍ୟ, ଦୀପାବଳିରେ କେବଳ ସବୁଜ ବାଣ ବିକ୍ରି ପାଇଁ ହାଇକୋର୍ଟଙ୍କ ଠାରୁ ଅନୁମତି ମିଳିଛି। ତାହା ପୁଣି ଦୀପାବଳି ଦିନ ରାତି ୮ଟାରୁ ୧୦ଟା ମଧ୍ୟରେ। ଏହା ସହିତ ପ୍ରଦୂଷଣ ସୃଷ୍ଟି କରୁଥିବା ପାରମ୍ପରିକ ବାଣ ଯେପରି ବିକ୍ରି ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ କଟକ କମିଶନରେଟ ପୁଲିସ ବେଆଇନ ବାଣ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

Also Read  ଓଡ଼ିଶାରେ ଫେବ୍ରୁଆରିରେ ତୃତୀୟ ଲହର ପିକ୍ ନେଇପାରେ