କାଲି ବିଜେଡିରେ ଯୋଗଦେବେ ପୂର୍ବତନ କଂଗ୍ରେସ ନେତା ପ୍ରଦୀପ ମାଝୀ

0
451
କାଲି ବିଜେଡିରେ ଯୋଗଦେବେ
କାଲି ବିଜେଡିରେ ଯୋଗଦେବେ

ଭୁବନେଶ୍ୱର: ଆସନ୍ତାକାଲି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେବେ କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ପ୍ରଦୀପ ମାଝୀ। ନବରଙ୍ଗପୁରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମିଶ୍ରଣ ପର୍ବରେ ସେ ଶଙ୍ଖ ଧରିବେ । ନିଜ ସମର୍ଥକମାନଙ୍କୁ ଧରି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିରେ ମିଶିବେ।

ବିଜେଡିରେ ମିଶିବା ନେଇ ପୂର୍ବରୁ ସୂଚନା ଦେଇଥିଲେ ପ୍ରଦୀପ ମାଝୀ। ଗତ ୨୨ ତାରିଖରେ ପ୍ରଦୀପ କଂଗ୍ରେସ ନେତୃତ୍ୱ ପ୍ରତି ଅଙ୍ଗୁଳି ଉଠାଇ ଦଳରୁ ଇସ୍ତଫା ଦେଇଥିଲେ । କଂଗ୍ରେସ ହାଇକମାଣ୍ଡ, ପ୍ରଭାରୀ ଓ ପିସିସି ସଭାପତିଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଥିବା ଉଲ୍ଲେଖ କରି ପତ୍ର ପଠାଇଥିଲେ। ଦଳରେ କାମ କରିବାକୁ ସୁଯୋଗ ମିଳୁନଥିବାରୁ ଦୁଃଖରେ ଦଳ ଛାଡ଼ୁଥିବା ଲେଖିଥିଲେ । ରାଜ୍ୟବାସୀଙ୍କ ପାଖରେ କଂଗ୍ରେସ ତାର ବିଶ୍ୱସନୀୟତା ହରାଇଛି ବୋଲି ଇସ୍ତଫା ପତ୍ରରେ ପ୍ରଦୀପ ଉଲ୍ଲେଖ କରିଥିଲେ। କଂଗ୍ରେସ ଛାଡିବାବେଳେ ପିସିସି କାର୍ଯ୍ୟକାରୀ ସଭାପତି ଦାୟିତ୍ୱରେ ଥିଲେ ଦକ୍ଷିଣ ଓଡ଼ିଶାର ଏହି ନେତା।

ନିକଟରେ ଏକ ସାମ୍ୱାଦିକ ସମ୍ମିଳନୀରେ ସେ କହିଥିଲେ, ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅନେକ ସମସ୍ୟା ରହିଛି ଏବଂ ସେ ସମସ୍ୟାର ସମାଧାନ ପାଇଁ କଂଗ୍ରେସର ଏବେ ଶକ୍ତି ନାହିଁ । ବିଜେଡି ସହାୟତାରେ ସମସ୍ୟାର ସମାଧାନ ହୋଇପାରିବ । ଗଣତନ୍ତ୍ରରେ ଦଳବଦଳ କିଛି ନୂଆ କଥା ନୁହେଁ, ଲୋକଙ୍କ ପରାମର୍ଶରେ ଦଳବଦଳ କରିଥିବା କହିଛନ୍ତି ପ୍ରଦୀପ

Also Read  ଉଦୟପୁର ଯିବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍