କୃଷି, ଶିକ୍ଷା ଓ ଭିତ୍ତିଭୂମି କ୍ଷେତ୍ରରେ କଳାହାଣ୍ଡି ଆଗୁଆ

0
171
ହେଲଥ ସ୍ମାର୍ଟ୍ କାର୍ଡ୍
ହେଲଥ ସ୍ମାର୍ଟ୍ କାର୍ଡ୍

ହେଲଥ ସ୍ମାର୍ଟ୍ କାର୍ଡ୍ ସହ ୮ ଶହ ୬୦ କୋଟିର ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ଭବାନୀପାଟଣା: ‘ଧାନ ଉତ୍ପାଦନରେ କଳାହାଣ୍ଡି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି । ଜିଲ୍ଲାରେ ଧାନ ଉତ୍ପାଦନ ୭୬ ଲକ୍ଷ ଟନରେ ପହଞ୍ଚିଛି । ମାଛ ଉତ୍ପାଦନରେ କଳାହାଣ୍ଡି ଜାତୀୟ ପୁରସ୍କାର ପାଇଛି । କପା ଉତ୍ପାଦନରେ ମଧ୍ୟ କଳାହାଣ୍ଡି ପୂରା ରାଜ୍ୟରେ ସମସ୍ତଙ୍କଠାରୁ ଆଗରେ ରହିଛି । ବିଜୁ ଏକ୍ସପ୍ରେସ ହେଉ କି ଭବାନରପାଟଣା ବାଇପାସ କିମ୍ବା ଭବାନୀପାଟଣା-ରାୟଗଡ଼ା ରାସ୍ତା କାମ ଓ ଗ୍ରୀଡ଼ ସବଷ୍ଟେସନ କାମ, କେସିଙ୍ଗାରେ ବସ୍ତି ଲୋକଙ୍କ ଥଇଥାନ କାମରେ କଳାହାଣ୍ଡି ସଫଳତାର ସହ ଆଗେଇ ଚାଲିଛି । ମିଶନ ଶକ୍ତିରେ କଳାହାଣ୍ଡିର ମାଆମାନେ ବହୁତ ଭଲ କାମ କରୁଛନ୍ତି । କଳାହାଣ୍ଡି ଆଜି ଏକ ଶିକ୍ଷା ହବ୍ ହୋଇପାରିଛି । କଳାହାଣ୍ଡି ୟୁନିଭର୍ସିଟି, କଳାହାଣ୍ଡି ଇଂଜିନିୟରିଂ କଲେଜ, ସରକାରୀ ଏଗ୍ରିକଳଚର କଲେଜ ପିଲାମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି ।

ସୋମବାର କଳାହାଣ୍ଡି ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ ସହ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଭବାନୀପାଟଣାର ଓୟୁଏଟି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟକାର୍ଡ ବଣ୍ଟନ କରିବା ସହ ୯୦୦ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜ ହାତରେ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଜୟ ମାଆ ମାଣିକେଶ୍ବରୀରୁ ଜିଲ୍ଲାବାସୀଙ୍କ ଉଦ୍ଦେଶରେ ନିଜ ଉଦବୋଧନ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । କଳାହାଣ୍ଡି ଜିଲ୍ଲାବାସୀଙ୍କ ପାଇଁ ୮ ଶହ ୬୦ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପ ଶୁଭାରମ୍ଭ କରି ବହୁତ ଖୁସି ଥିବା କହିଥିଲେ ମୁଖ୍ୟମନ୍ତ୍ରୀ । କଳାହାଣ୍ଡିର ପ୍ରତି ଗାଁରେ ପାଇପ ଯୋଗେ ପିଇବା ପାଣି ଯୋଗାଇବାକୁ ୨୫୦୦ କୋଟି ଟଙ୍କାର କାମ ଚାଲିଛି । ଗତ ଜୁନରେ କଳାହାଣ୍ଡି ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ଅପର ଇନ୍ଦ୍ରାବତୀ ଲିଫ୍ଟ କେନାଲର ଶୁଭାରମ୍ଭ କରିଥିଲେ । ଏବେ ୬୮ ପ୍ରତିଶତ ଜମିକୁ ଜଳଯୋଗାଣ ହୋଇପାରିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି ।

ଆଜି କଳାହାଣ୍ଡି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ସାମିଲ ହେଲା । ରାଜ୍ୟର ୯୬ ଲକ୍ଷ ପରିବାରଙ୍କୁ ଏହି କାର୍ଡ ଦିଆଯିବ । ରାଜ୍ୟର ସାଢେ ୩ କୋଟି ଲୋକ ଏଥିରୁ ଉପକୃତ ହେବ । ପୁରୁଷମାନଙ୍କ ପାଇଁ ୫ ଲକ୍ଷ ଓ ମାଆମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ । ଏଭଳି ବ୍ୟବସ୍ଥା କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ । ଅର୍ଥାଭାବରୁ ଆଉ କେହି ଉତ୍ତମ ଚିକିତ୍ସାରୁ ବଞ୍ଚିତ ହେବେନି । ସ୍ବାସ୍ଥ୍ୟ ବାବଦ ଖର୍ଚ୍ଚ ଅର୍ଥରେ ଘରର ଉନ୍ନତି କରିପାରେବ । ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Also Read  ଉଠାଦୋକାନୀଙ୍କୁ ମିଳିଲା ୩ ହଜାର କୋଭିଡ ସହାୟତା

ସ୍ମାର୍ଟ କାର୍ଡ୍ ଦ୍ୱାରା କଳାହାଣ୍ଡିରେ ସାଢେ ୪ ଲକ୍ଷ ହିତାଧିକାରୀ ଉପକୃତ ହୋଇପାରିବେ । ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲ ଏବଂ ରାଜ୍ୟ ତଥା ରାଜ୍ୟ ବାହାରର ୨୦୦ରୁ ଅଧିକ ଘରୋଇ ହସ୍ପିଟାଲରେ ଏହି କାର୍ଡ ଦେଖାଇ ବିନା ଟଙ୍କାରେ ଚିକିତ୍ସା ସୁବିଧା ପାଇପାରିବେ ।

LEAVE A REPLY

Please enter your comment!
Please enter your name here