ସିରିଜ୍ ବୋମାମାଡ଼ ପରେ କାହିଁକି ପୁରୁଷଶୂନ୍ୟ ନାଥପୁର ଗାଁ ? ଜାଣନ୍ତୁ………

0
453
ପୁରୁଷଶୂନ୍ୟ ନାଥପୁର ଗାଁ
ପୁରୁଷଶୂନ୍ୟ ନାଥପୁର ଗାଁ

ପୁରୀ : ପୁରୀ ଜିଲ୍ଲା ବ୍ରହ୍ମଗିରିର ନାଥପୁରରେ ସିରିଜ୍ ବୋମାମାଡ଼ ପରେ ଗାଁଟି ପୁରୁଷଶୂନ୍ୟ ହୋଇଯାଇଛି। ବର୍ତ୍ତମାନ ସେଠାକାର ସ୍ଥିତି ନିୟନ୍ତ୍ରଣାଧୀନ ଥିବା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ଏସପି କନଓ୍ୱର ବିଶାଲ ସିଂ କହିଛନ୍ତି, ସ୍ଥିତିକୁ ନଜରରେ ରଖି ଘଟଣାସ୍ଥଳରେ ୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଅତିରିକ୍ତ ଏସ୍‌ପି ସେଠାରେ ରହି ନିଜେ ପରିସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି। ଗଣ୍ଡଗୋଳରେ ସଂପୃକ୍ତି ଅଭିଯୋଗରେ କିଛି ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି।

ଆଜି ଡଗ୍ ସ୍କ୍ୱାଡ୍ ଦ୍ୱାରା ନାଥପୁର ଗାଁରେ ଯାଞ୍ଚ କରାଯାଇଥିଲା। ଯାଞ୍ଚବେଳେ ୩୬ଟି ଅଫୁଟା ବୋମା ମିଳିଥିଲା। ବୋମା ମାଡରେ ଘର ପୋଡ଼ି ଯାଇଥିବା ପରିବାରକୁ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଗତକାଲି ନାଥପୁର ଗାଁରେ ଦୁଇଟି ଗୋଷ୍ଠୀ ମଧ୍ୟରେ ତୀବ୍ର ବିବାଦ ଦେଖିବାକୁ ମିଳିଥିଲା । ସ୍ଥିତି ଏପରି ହୋଇଥିଲା ଯେ ଗୋଟିଏ ଗୋଷ୍ଠୀର ଘର ଜାଳି ଦେଇଛନ୍ତି ଅନ୍ୟ ଗୋଷ୍ଠୀ । ଏହା ସହିତ ଗାଁରେ ହୋଇଥିଲା ତୁହାକୁ ତୁହା ବୋମାମାଡ ।

ଅଭିଯୋଗ ଅନୁସାରେ ନାଥପୁର ଗାଁର ଏକ ସରକାରୀ ଜମିକୁ ଜବରଦଖଲ କରି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକ ଘର କରି କରୁଥିଲେ । ଯାହାକୁ ସାତପଡ଼ା ଅଞ୍ଚଳର ୩୫ ମଉଜା ବିରୋଧ କରି ଆସୁଥିଲେ । ଏନେଇ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ 3୫ ମଉଜା ଲୋକେ ବୈଠକରେ ଆଲୋଚନା କରିବାକୁ ଡାକିଥିଲେ । ମାତ୍ର ବୈଠକକୁ ନଆସି ତାଙ୍କୁ ଡାକିବାକୁ ଯାଇଥିବା ଲୋକଙ୍କୁ ସେମାନେ ଆକ୍ରମଣ କରିଥିଲେ । ଏହାପରେ ଘଟଣା ଉଗ୍ରରୂପ ନେଇଥିଲା । ଘଟଣାସ୍ଥଳରେ ୨୦ରୁ ଅଧିକ ବୋମା ମାଡ଼ ହୋଇଥିବା ସୂଚନା ମିଳିଛି । ସେତିକି ନୁହେଁ ଗୁଳି ବି ଫୁଟିଥିଲା । ଗୁଳି ବାଜି ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ପରେ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀଙ୍କ ୪୦ରୁ ଅଧିକ ଘରେ ନିଆଁ ଲଗାଇ ଦେଇଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡିଥିଲା । ଘଟଣାରେ ଜଣେ ଗୁରୁତର ହୋଇଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ପରିସ୍ଥିତିକୁ ନଜରରେ ରଖି ୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ମାମଲାରେ ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ । ଏହା ସହିତ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ଘଟଣା ପରେ ଦୁଇଟି ଗାଁ ପୁରୁଷ ଶୂନ୍ୟ ହୋଇଯାଇଛନ୍ତି । ପୁରୀ ଏସପିଙ୍କ ସମେତ ବରିଷ୍ଠ ଅଧିକାରୀ ମାମଲା ଉପରେ ନଜର ରଖିଛନ୍ତି ।

Also Read  ପୁଲିସ କବଜାରେ ପିଏଲଏଫଆଇ ଜୋନାଲ କମାଣ୍ଡର ଅର୍ଜୁନ : ବନ୍ଧୁକ ଓ ପାଞ୍ଚଟି ଗୁଳି ଜବତ

LEAVE A REPLY

Please enter your comment!
Please enter your name here