ରାଜ୍ୟରେ୧୫ ଡିଗ୍ରୀ ତଳେ ୭ ସହର ତାପମାତ୍ରା : ୧୦ରୁ କମିବ ଶୀତ, କିଛି ଜିଲ୍ଲାରେ ହାଲ୍‌କା ବର୍ଷା !

0
367
ରାଜ୍ୟରେ ହେବ ବର୍ଷା
ରାଜ୍ୟରେ ହେବ ବର୍ଷା

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୨ ଦିନ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ପ୍ରଭାବରେ ଓଡ଼ିଶା ମଧ୍ୟକୁ ପୂର୍ବ ଦିଗରୁ ଉଷ୍ମ ଓ ଆର୍ଦ୍ର ବାୟୁ ପ୍ରବେଶ କରିବ। ଏହା ପ୍ରଭାବରେ ରାତ୍ରି ତାପମାତ୍ରା ସାମାନ୍ୟ ବୃଦ୍ଧି ଘଟିବା ସହ ଶୀତ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଧୀରେ ଧୀରେ ବଢ଼ିଲାଣି ଶୀତ। ଏବେ ପାହାନ୍ତିଆ ଓ ସନ୍ଧ୍ୟା ସମୟରେ ଶୀତ ଅନୁଭୁତ ହେଉଛି। ଅଧିକାଂଶ ସ୍ଥାନରେ ସକାଳେ କୁହୁଡି  ଦେଖିବାକୁ ମିଳୁଛି। ଗତକାଲି ରାତିରେ ୭ଟି ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ରେକର୍ଡ କରାଯାଇଛି। ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ସହ ଦାରିଙ୍ଗବାଡ଼ି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

୧୦ରୁ କମିବ ଶୀତ
୧୦ରୁ କମିବ ଶୀତ

ସେହିପରି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୨.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ ଓ କେନ୍ଦୁଝରରେ ୧୩.୮, କୋରାପୁଟରେ ୧୪.୦, ଝାରସୁଗୁଡ଼ାରେ ୧୪.୬, ଭବାନୀପାଟଣାରେ ୧୪.୯, ଭୁବନେଶ୍ୱରରେ ୧୭.୪ ଓ କଟକରେ ୧୭.୫ ଡିଗ୍ରୀ ରେକର୍ଡ କରାଯାଇଛି। ବିଭିନ୍ନ ସ୍ଥାନରେ ଶୀତୁଆ ସକାଳରେ ପ୍ରାତଃଭ୍ରମଣର ମଜା ନେଉଛନ୍ତି ଲୋକେ। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ଜାଳିବା ସହ ଚା’ ଦୋକାନରେ ଭିଡ଼ ଜମାଉଛନ୍ତି ।

ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶାକୁ ପ୍ରବାହିତ ହେଉଥିବା ଥଣ୍ଡା ଓ ଶୁଷ୍କବାୟୁ ପ୍ରଭାବରେ ରାଜ୍ୟର ତାପମାତ୍ରାରେ ଆଉ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। କିନ୍ତୁ ୩ ଦିନ ପରେ ୧୦ ତାରିଖ ଆଡ଼କୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ପ୍ରଭାବରେ ଓଡ଼ିଶା ମଧ୍ୟକୁ ପୂର୍ବ ଦିଗରୁ ଉଷ୍ମ ଓ ଆର୍ଦ୍ର ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରିବ। ଏହା ପ୍ରଭାବରେ ରାତ୍ରି ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିବାର ସମ୍ଭାବନା ରହିଛି। ଏହାସହ ରାଜ୍ୟର କିଛି ଅଞ୍ଚଳରେ ହାଲୁକା ବର୍ଷାର ମଧ୍ୟ ସମ୍ଭାବନା ରହୁଛି। ଏଥିସହ ୧୧ ଓ ୧୨ତାରିଖରେ ମଧ୍ୟ ଦକ୍ଷିଣ ଓଡ଼ିଶାର କିଛି କିଛି ଜିଲ୍ଲାରେ ହାଲ୍‌କା ବର୍ଷାର ସମ୍ଭାବନା ରହିଛି।

Also Read  Union Cabinet Approves 1526 Crore Investment For The Upgradation Of NH-326 In Odisha