ପୁଲିସ ବାବୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ସରିଲା : ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀଙ୍କ ମୁଣ୍ଡ ଘୁରେଇଦେଲା…

0
421
ଭିଜିଲାନ୍ସ ଚଢ଼ାଉ ସରିଲା
ଭିଜିଲାନ୍ସ ଚଢ଼ାଉ ସରିଲା

ଭୁବନେଶ୍ୱର: ଓପିଏଚଡ଼ବ୍ଲ୍ୟୁସି ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଥିବା ଚଢ଼ାଉ ଶେଷ ହୋଇଛି। ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀଙ୍କ ମୁଣ୍ଡ ଘୁରେଇଦେଲା। କାଲିଠାରୁ ଭିଜିଲାନ୍ସର ଚଢ଼ାଉ ପରେ ସମ୍ପତ୍ତିର ମୂଲ୍ୟାୟନ ଚାଲିଥିଲା । ପ୍ରତାପଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରାଯାଇଥିବାବେଳେ ତାଙ୍କୁ ଅଟକ ରଖି ଭିଜିଲାନ୍ସ ପଚରାଉଚୁରା କରୁଛି । ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ପ୍ରତାପଙ୍କ ୨୫ଟି ଜମିର ମୂଲ୍ୟ ୩ କୋଟି ୪୧ ଲକ୍ଷ ୫୮ ହଜାର ଟଙ୍କା ହୋଇଥିବାବେଳେ ଗୋଠପାଟଣାରେ ଥିବା ୫ ମହଲା ଘରର ମୂଲ୍ୟ ୩ କୋଟି ୮୯ ଲକ୍ଷ ତାଙ୍କ ବୋଲି ଜଣାପଡିଛି। ଅନ୍ୟ ଘରଗୁଡିକ ବାବଦରେ ଟେକିନିକାଲ ଟିମ ଅନୁଧ୍ୟାନ କରୁଛି ।

ସେହିପରି ପ୍ରତାପ ସାମଲ ଓ ତାଙ୍କ ପରିବାରର ବ୍ୟାଙ୍କ ଆକାଉଣ୍ଟରେ ମୋଟ ୧କୋଟି ୬୧ ଲକ୍ଷ ୩୫ହଜାର ୮୧୨ ଟଙ୍କା ରହିଛି । ୫୭ ଲକ୍ଷ ଟଙ୍କାର ବୀମା ପଇଠ ହୋଇଥିବାବେଳେ ଏବେ ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରାଯାଇଛି । ସୂଚନା ମୁତାବକ, ଗତକାଲି ଭୁବନେଶ୍ବର ଭିଜିଲାନସ ସ୍ପେଶାଲ ଜଜ୍‌ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସ ପକ୍ଷରୁ ଓଡ଼ିଶା ପୁଲିସ ହାଉସିଂବୋର୍ଡ ଓ ୱେଲଫେୟାର କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲଙ୍କ ଘ‌‌ରେ ଚଢଉ କରାଯାଇଥିଲା । ଭିଜିଲାନ୍ସର ୧୦ଟି ଟିମ୍ ଏକକାଳୀନ ଭୁବନେଶ୍ବର ପୁଲିସ ହାଉସିଂବୋର୍ଡ ଅଫିସ ସମେତ ୧୦ଟି ସ୍ଥାନ‌ରେ ଚଢଉ କରିଥିଲା ।

ସୂଚନାଯୋଗ୍ୟ ଯେ ପ୍ରତାପ ସାମଲ ୧୯୮୮ରେ ଜୁନିଅର ଇଂଜିନିୟର ଭାବେ ଓଡ଼ିଶା ପୁଲିସ ହାଉସିଂ କର୍ପୋରେସନରେ ଯୋଗ ଦେଇଥିଲେ । ୧୯୯୪-୯୫ରୁ ଏଷ୍ଟିମେଟର ଭାବେ କାମ କରୁଥିଲେ। ସେ କେନ୍ଦ୍ରାପଡା ଓ ଦେବଗଡ‌‌ରେ ବି କାମ କରିଥିଲେ । ୨୦୧୩ରେ ଡେପୁଟି ମ୍ୟାନେଜର ଭାବେ ପଦୋନ୍ନତି ପାଇ ରାଉରକେଲା, ବଲାଙ୍ଗୀର, କେନ୍ଦୁଝର, କଟକରେ କାମ କରିବା ପରେ ୨୦୧୯ରୁ ସେ ଭୁବନେଶ୍ବରରେ କାମ କରି ଆସୁଛନ୍ତି ।

Also Read  ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ଶ୍ରୀଜିଉ : ବର୍ଷକୁ କେତେ ଥର ସୁନାବେଶ ହୁଅନ୍ତି ?

LEAVE A REPLY

Please enter your comment!
Please enter your name here