୨୪ରୁ ଜୁନିୟର ହକି ବିଶ୍ୱକପ୍ : ଭାରତୀୟ ଟିମ୍ ଘୋଷଣା, ୩ ଓଡ଼ିଆ ସାମିଲ

0
199
୨୪ରୁ ଜୁନିଅର ହକି ବିଶ୍ୱକପ୍
୨୪ରୁ ଜୁନିଅର ହକି ବିଶ୍ୱକପ୍

ଭୁବନେଶ୍ୱରରେ ପହଞ୍ଚିଲା ଭାରତୀୟ ହକି ଟିମ୍

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଜୁନିୟର ହକି ବିଶ୍ୱକପ୍ ଆୟୋଜିତ ହେବ। ଆଗାମୀ ୨୪ ତାରିଖରେ ଏହାର ଶୁଭାରମ୍ଭ ହେବ। ଏଥିପାଇଁ ଭାରତୀୟ ଟିମ ଭୁବନେଶ୍ୱରରେ ପହଞ୍ଚିସାରିଛି। ଚଳିତ ବର୍ଷ କୋଭିଡ ମାମାରୀ ଯୋଗୁ ସମ୍ପୂର୍ଣ୍ଣ ନିରାଡ଼ମ୍ବରରେ ଉଦ୍‌ଘାଟନୀ ଉତ୍ସବ ପାଳନ ହେବ। ଏନେଇ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଏଥିରେ ୧୬ଟି ଟିମ୍ ବିଶ୍ୱକପରେ ଅଂଶଗ୍ରହଣ କରିବେ। ୧୫ ତାରିଖରେ ଅନ୍ୟସବୁ ଟିମ୍ ଭୁବନେଶ୍ୱରରେ ପହଞ୍ଚିବେ। ବାୟୋ ବବଲ ପ୍ରକ୍ରିୟାରେ ବିଶ୍ବକପ ଅନୁଷ୍ଠିତ ହେବ। କୋଭିଡ କଟକଣା ଭିତରେ ଆୟୋଜିତ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ଦର୍ଶକମାନଙ୍କୁ ଷ୍ଟାଡିୟମକୁ ଆସିବାକୁ ବାରଣ କରାଯାଇଛି।

ଖେଳାଳି ଓ ଷ୍ଟାଫମାନଙ୍କ ପ୍ରତିଦିନ ଆରଟିପିସିଆର୍ ଟେଷ୍ଟ ହେବ। ଖାଲିସେତିକି ନୁହେଁ, ଖେଳାଳି ଓ ଟିମ ପାଇଁ ଦୁଇଟି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ସଂରକ୍ଷଣ ରଖାଯାଇଛି। ନିରାଡ଼ମ୍ବରରେ ଜୁନିୟର ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବ ହେବ। ଏହାବାଦ ଖେଳାଳାମାନଙ୍କ ପାଇଁ ୨ଟି ହୋଟେଲରେ ରହିବାକୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି।

hocky 1ଏଥିପାଇଁ ପୁରୁଷ ଜୁନିୟର ହକି ବିଶ୍ୱକପ୍ ପାଇଁ ଟିମ୍ ଘୋଷଣା ହୋଇଛି। ୧୮ଜଣିଆ ଦଳ ଘୋଷଣା କରିଛି FIH। ଭାରତୀୟ ହକି ଜଳରେ ବିବେକ ସାଗର ପ୍ରସାଦ ଟିମରେ ଅଧିନାୟକ ରହିବେ। ସେହିପରି ଉପଅଧିନାୟକ ହେଲେ ଡିଫେଣ୍ଡର ସଞ୍ଜୟ। ସବୁଠୁ ବଡ଼ କଥା ହେଉଛି ୧୮ଜଣିଆ ଦଳରେ ୩ଓଡ଼ିଆ ସାମିଲ ହୋଇଛନ୍ତି। ଓଡ଼ିଶାର ଅଭିଶେକ ଲାକ୍ରା, ସୁଦୀପ ଚିର୍ମାକୋ, ସୁନୀଲ ଜୋଜୋ ଟିମରେ ସ୍ଥାନ ପାଇଛନ୍ତି।

ଭାରତୀୟ ଟିମର କେଉଁଦିନ ରହିଛି ମ୍ୟାଚ ?

ନଭେମ୍ବର ୨୪ରୁ ଭାରତର ପ୍ରଥମ ଅଭିଯାନ ଆରମ୍ଭ ହେବ । ପ୍ରଥମ ମ୍ୟାଚରେ ଫ୍ରାନ୍ସ ସହ ମୁହାଁମୁହିଁ ହେବ ଭାରତ । ମୋଟ ୧୬ଟି ଟିମ୍ ବିଶ୍ୱକପରେ ଅଂଶଗ୍ରହଣ କରିବେ। ୨୫ ତାରିଖରେ କାନାଡାକୁ ଏବଂ ୨୭ରେ ପୋଲାଣ୍ଡକୁ ଭେଟିବ ଭାରତୀୟ ଦଳ। ୧ ଡିସେମ୍ବରରୁ ୫ଯାଏଁ ନକ୍ ଆଉଟ ମ୍ୟାଚ୍ ଖେଳାଯିବ।

 

 

Also Read  ମା’ ଝିଅଙ୍କୁ ଛୁରାମାଡ଼ ମାମଲା : ଡିସଚାର୍ଜ ପରେ ରୂପେଶଙ୍କୁ ଅଟକ ରଖିଲା ପୁଲିସ୍‌

LEAVE A REPLY

Please enter your comment!
Please enter your name here