ମମିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସର ଓଡ଼ିଶା ବନ୍ଦ କାଲି

0
413

ଭୁବନେଶ୍ୱର : ମମିତାଙ୍କୁ ନ୍ୟାୟ ଦାବିରେ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ଆସନ୍ତା କାଲି ସକାଳ ୬ରୁ ଦିନ ୧୨ଟା ଯାଏଁ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ । ଏହି ସମୟରେ ରେଳ, ବସ୍, ଟ୍ରକ୍ ଚଳାଚଳ, ଦୋକାନ, ବଜାର ବନ୍ଦ ରହିବ । ମେଡିକାଲ ସମେତ ଜରୁରୀ ସେବା ବନ୍ଦରୁ ବାଦ୍ ପଡ଼ିବ । ଏନେଇ ପ୍ରେସମିଟ୍‌ରେ ପିସିସି ଉପସଭାପତି ଦେବାଶିଷ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଦେବାଶିଷ ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ ,  ଓଡ଼ିଶାରେ ନାରୀ ନିର୍ଯାତନା, ଦୁଷ୍କର୍ମ ଓ ହତ୍ୟା ବଢୁଛି । ରାଜ୍ୟ ସରକାର ଅନ୍ଧ ଧୃତରାଷ୍ଟ୍ର ଭଳି ସବୁ ଜାଣି ଚୁପ୍ ରହୁଛନ୍ତି । ଏହା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ବିବାଦୀୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବରଖାସ୍ତ ଓ ମମିତାଙ୍କ ପରିବାରକୁ ନ୍ୟାୟ ଦେବା ଦାବିରେ କଂଗ୍ରେସ  ଆସନ୍ତା କାଲି ୧୨ଘଣ୍ଟିଆ ବନ୍ଦ ଡାକରା  ଦେଇଥିଲା।  ତେବେ ପରେ  ଅଚାନକ ବନ୍ଦ ପାଳନ ଅବଧିକୁ କଂଗ୍ରେସ ହ୍ରାସ କରିବାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହା ପରୋକ୍ଷରେ ମମିତା ମେହେର ମୃତ୍ୟୁ ମାମଲାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବରଖାସ୍ତ ନିମନ୍ତେ କଂଗ୍ରେସ ଚଳାଇଥିବା ଅଭିଯାନକୁ ଦୁର୍ବଳ କରାଇଥିବା ଚର୍ଚ୍ଚା ହେଉଛି।

Also Read  Key projects worth Rs. 335.77 cr approved by HPC to boost infra development