ବିଜେପି ଛାଡିଲେ ଏହି ଅଭିନେତ୍ରୀ…

0
266
ଶ୍ରବନ୍ତୀ ଚାଟାର୍ଜୀ
ଶ୍ରବନ୍ତୀ ଚାଟାର୍ଜୀ

କୋଲକାତା: ପଶ୍ଚିମବଙ୍ଗରେ ବିଜେପିକୁ ଲାଗିଲା ପୁଣି ଝଟ୍‌କା। ଦଳ ଛାଡିଲେ ବଙ୍ଗୀୟ ଅଭିନେତ୍ରୀ ଶ୍ରବନ୍ତୀ ଚାଟାର୍ଜୀ। ସେ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ଦଳ ଛାଡିବା ନେଇ ଟ୍ୱିଟରରେ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗକୁ ଆଗକୁ ବଢ଼ାଇବା ପାଇଁ ବିଜେପିର ଆନ୍ତରିକତା ଅଭବା ରହିଥିବା ସେ ଅଭିଯୋଗ ଆଣିଛନ୍ତି।

ବିଧାନସଭା ନିର୍ବାଚନ ସମୟରେ ଶ୍ରବନ୍ତୀ ଚାଟାର୍ଜୀ ଚଳିତ ବର୍ଷ ମାର୍ଚ୍ଚରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ଏହା ପରେ ଦଳ ତାଙ୍କୁ ବେହାଲା ବିଧାନସଭା ଆସନରୁ ଟିକେଟ ଦେଇଥିଲା। ତେବେ ସେ ,ହି ଆସନରୁ ପରାଜୟ ହୋଇଥିଲେ। ପ୍ରାୟ ୮ମାସ ଧରି ବିଜେପିରେ ରହିବା ପରେ ସେ ଆଜି ଦଳରୁ ଅଲଗା ହେବା ପାଇଁ ଘୋଷଣା କରିଛନ୍ତି।

ଶ୍ରବନ୍ତୀ ଟ୍ୱିଟ୍‌ କରି କହିଛନ୍ତି, ‘ମୁଁ ବିଜେପି ସହ ମୋର ସମ୍ପର୍କ ଛିନ୍ନ କରିଦେଇଛି। ବିଜେପିରେ ସାମିଲ ହୋଇ ମୁଁ ରାଜ୍ୟରେ ଗତ ବିଧାନସଭା ନିର୍ବାଚନ ଲଢ଼ିଛି କିନ୍ତୁ ଏବେ ମୁଁ ଏହି ଦଳରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛି। ପଶ୍ଚିମବଙ୍ଗକୁ ଆଗକୁ ନେବାକୁ ବିଜେପିର ଉତ୍ସାହ ଏବଂ ଆନ୍ତରିକତାର ଅଭାବ ରହିଛି। ଏଭଳି ପରିସ୍ଥିତିରେ ମୁଁ ଭାରତୀୟ ଜନତା ପାର୍ଟି ଛାଡିଦେବାକୁ ଉଚିତ ମନେ କରୁଛି ବୋଲି ସେ କହିଛନ୍ତି।

 

srabanti 1

ଶ୍ରବନ୍ତୀ ଚାଟାର୍ଜୀ ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଅଭିନେତ୍ରୀ। ୩୪ବର୍ଷୀୟ ଶ୍ରବନ୍ତୀ ୧୯୯୭ ମସିହାରେ ବଙ୍ଗଳା ଫିଲ୍ମ’ମାୟାର ବନ୍ଧୋନ’ରୁ ଡେବ୍ୟୁ କରିଥିଲେ। ଏହା ପରେ ସେ ଏକରୁ ଅଧିକ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି। ଶ୍ରବନ୍ତୀଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ଲକଡାଉନ୍’ରେ ଦେଖିବାକୁ ମିଳିଥିଲା। ଏହି ଅଭିନେତ୍ରୀ ନିର୍ଦ୍ଦେଶକ ଅନୁରାଗ ବସୁଙ୍କ ହିନ୍ଦୀ ସିରିଏଲ୍ – ଲଭ୍ ଷ୍ଟୋରୀ, ୱାକ୍ଟ ଏବଂ ଲେଡିଜ୍ ସ୍ପେସାଲ୍‌ରେ କାମ କରିଛନ୍ତି। ଫିଲ୍ମ ‘ଲେ ଚାକ୍କା’ ପାଇଁ ସେ ୨୦୧୦ରେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଆନନ୍ଦଲୋକ ପୁରସ୍କାର ମଧ୍ୟ ପାଇଛନ୍ତି। ୨୦୧୬ରେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ କଳାକାର ପୁରସ୍କାର ମଧ୍ୟ ପାଇଛନ୍ତି।

 

Also Read  Japanese Encephalitis: BJD and BJP blame each other for the consequences

LEAVE A REPLY

Please enter your comment!
Please enter your name here