୨୦୨୨ରେ ୬, ୭୯୪ଟି ପଞ୍ଚାୟତରେ ହେବ ନିର୍ବାଚନ : କେଉଁ ପଞ୍ଚାୟତ କଟିଲା ?

0
316
odisha-municipality-election-details

ଭୁବନେଶ୍ୱର: ୨୦୨୨ନିର୍ବାଚନରେ ୬ହଜାର ୭୯୪ଟି ପଞ୍ଚାୟତରେ ହେବ ନିର୍ବାଚନ। ୨୦୧୭ ତୁଳନାରେ ଚଳିତଥର ୭ଟି କମ୍ ପଞ୍ଚାୟତରେ ନିର୍ବାଚନ ହେବ। ଏହି ୭ଟି ପଞ୍ଚାୟତ ବିଭିନ୍ନ ଏନ୍ଏସିରେ ବିଲୀନ ହୋଇଥିବାରୁ ସେସବୁରେ ଏଥର ପଞ୍ଚାୟତ ନିର୍ବାଚନ କରାଯିବ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୨୦୧୭ରେ ୬ ହଜାର ୮୦୧ଟି ପଞ୍ଚାୟତରେ ନିର୍ବାଚନ ହୋଇଥିଲା।

ସେପଟେ ବଢ଼ିଲା ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ସମୟ। ସକାଳ ୭ରୁ ଦିନ ଗୋଟାଏ ଯାଏଁ ହେବ ଭୋଟ ଗ୍ରହଣ। ଏଥିସହ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ମଧ୍ୟ ବଢାଯାଇଛି। ସରପଞ୍ଚ ଓ ସମିତି ସଭ୍ୟଙ୍କ ପାଇଁ ନିର୍ବାଚନ ଖର୍ଚ୍ଚ ସୀମା ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୮୦ ହଜାର ଟଙ୍କା ଥିଲା। ଏଥିସହ ଜିଲ୍ଲା ପରିଷଦ ସଭ୍ୟଙ୍କ ଖର୍ଚ୍ଚ ସୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

ବାଲେଶ୍ୱର ରେମୁଣା ଏନ୍ଏସିରେ ୪ଟି, ନୟାଗଡ଼ର ଓଡ଼ଙ୍ଗାରେ ୨ଟି ଓ ବରଗଡ଼ ଜିଲ୍ଲାର ବିଜେପୁରରେ ଗୋଟିଏ ପଞ୍ଚାୟତ ଏନ୍‌ଏସିରେ ସାମିଲ ହୋଇଛି। ଏଣୁ ଏସବୁ ପଞ୍ଚାୟତରେ ନିର୍ବାଚନ କରାଯିବ ନାହିଁ। ସେହିପରି ୧୧୧ଟି ଓ୍ୱାର୍ଡରେ ଓ୍ୱାର୍ଡମେମ୍ବର ପଦ ପାଇଁ ନିର୍ବାଚନ ହେବନାହିଁ।

ଅନ୍ୟ ପକ୍ଷରେ ୬ ହଜାର ୭୯୪ ପଞ୍ଚାୟତ ମଧ୍ୟରୁ ୩୫୦୦ଟି ମହିଳାଙ୍କ ପାଇଁ ଓ ଓବିସିଙ୍କ ପାଇଁ ୭୭୮ଟି ଆସନ ସଂରକ୍ଷିତ ରହିଛି। ୩୫୩୮ଟି ସମିତି ସଭ୍ୟ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବାବେଳେ ଓବିସି ପାଇଁ ୯୧୩ଟି ସିଟ୍ ସଂରକ୍ଷିତ ରହିଛି। ଗତଥର ୯୨ ହଜାର ୨୭ଟି ଓ୍ୱାର୍ଡରେ ନିର୍ବାଚନ ହୋଇଥିଲାବେଳେ ଏଥର ୯୧ ହଜାର ୯୧୬ଟି ଓ୍ୱାର୍ଡରେ ମତଦାନ ହେବ। ସେହି ଅନୁସାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ୪୯ ହଜାର ୪୬୯ଟି ଓ୍ୱାର୍ଡମେମ୍ବର ପଦ ସଂରକ୍ଷିତ ରଖାଯାଇଛି। ପଛୁଆ ବର୍ଗଙ୍କ ପାଇଁ ୧୨ ହଜାର ୩୧ଟି ଓ୍ୱାର୍ଡ ସଂରକ୍ଷିତ ରଖାଯାଇଛି।

Also Read  Coal Block scam: BJP Rourkela MLA and ex-Coal minister Dilip Ray to face trial on Apr 26