ନନ୍ଦନକାନନରେ ମଜା ଉଠାଇପାରିବେ ପର୍ଯ୍ୟଟକ, ଗଡ଼ିଲା ଟୟ ଟ୍ରେନ୍‌

0
401
ଗଡ଼ିଲା ଟୟ ଟ୍ରେନ୍‌
ଗଡ଼ିଲା ଟୟ ଟ୍ରେନ୍‌

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ନନ୍ଦନକାନରରେ ପୁଣି ମିଳିବ ଟୟ ଟ୍ରେନ୍‌ର ମଜା। ଦୀର୍ଘ ଏକ ମାସ ପରେ ଆଜିଠୁ ପୁଣି ଗଡ଼ିବ ଟଏ ଟ୍ରେନ୍। ଆଜିଠାରୁ ନନ୍ଦନକାନନରେ ପୁଣି ଟୟ ଟ୍ରେନ୍ ଚାଲିବ ବୋଲି ଜଣାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଦିନକୁ ୬ ଥର ଟୟ ଟ୍ରେନ୍ ଚାଲିବାକୁ ନିଷ୍ପତ୍ତି ହୋଇଛି।

ମଙ୍ଗଳବାର ସକାଳ ୧୦ଟାରୁ ଟୟ ଟ୍ରେନ୍ ଚାଲିବା ଆରମ୍ଭ ହୋଇଛି। ଏହାପରେ ପ୍ରତି ଘଣ୍ଟାଏ ବ୍ୟବଧାନରେ ଅର୍ଥାତ୍ ଦିନ ୧୧ଟା, ୧୨ଟା, ୧ଟା, ୨ଟା, ୩ଟା ଓ ଅପରାହ୍ନ ୪ଟାରେ ଚାଲିବ। ଏଥିରେ ମାତ୍ର ୭୨ ଜଣଙ୍କୁ ଯିବା ଲାଗି ସୁଯୋଗ ମିଳିବ। ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଟ୍ରେନ୍ ଚାଲିବାର ଅଧଘଣ୍ଟା ଆଗରୁ ଟିକେଟ୍ ମିଳିବ। ଏହାକୁ ନେଇ ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି।

ପୂର୍ବରୁ ଗତ ୧୫ ତାରିଖରେ ଚାଲିଥିବା ସମୟରେ ସର୍ଟସର୍କିଟ ହୋଇ ଅଚଳ ହୋଇ ପଡିଥିଲା ଟଏ ଟ୍ରେନ୍। ନିଆଁ ଲାଗିବା ପରେ RITES ଟିମ୍ ଦ୍ୱାରା ମରାମତି କରାଯାଇ ଏହାକୁ ସଜଡା ଯାଇଛି। ରେଳ ଇଣ୍ଡିଆ ଟେକନିକାଲ ଓ ଇକୋନୋମିକ୍ ସେବା ପକ୍ଷରୁ ମରାମତି କାମ ସରିଛି। ମରାମତି ପରେ ଟୟ ଟ୍ରେନର ଡ୍ରାଏରନ ମଧ୍ୟ କରାଯାଇଛି। ତେବେ ଆଗକୁ ଶୀତଦିନ କାରଣୁ ପର୍ଯ୍ୟଟକଙ୍କ ଗହଳି ଜମିବ। ତେବେ ମରାମତି ପରେ ଏବେ ପର୍ଯ୍ୟଟକ ମାନେ ଟଏ ଟ୍ରେନ୍‌ରେ ତାର ମଜା ଉଠାଇପାରିବେ।

Also Read  ଆଜି ଦିଲ୍ଲୀ ବିଶ୍ୱର ଦଶଟି ପ୍ରଦୂଷିତ ସହର ମଧ୍ୟରେ ପ୍ରଥମ; କୋଲକାତା ନବମ