ଆଜି ବଡଓଷା : ବଡସିଂହାର ବେଶରେ ବାବା ଧବଳେଶ୍ୱର

0
420
ବଡସିଂହାର ବେଶରେ ବାବା ଧବଳେଶ୍ୱର
ବଡସିଂହାର ବେଶରେ ବାବା ଧବଳେଶ୍ୱର

କଟକ : ଆଜି ବଡଓଷା। ବଡଓଷାରେ ବାବା ଧବଳେଶ୍ୱର ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି । ଭୋରରୁ ସମସ୍ତ ନୀତିକାନ୍ତି ସହ ୧୦୮ ଗରା ଜଳରେ ସ୍ନାନ କରାଯାଇଥିଲା।ପରେ ମଙ୍ଗଳ ଆଳତି କରିବା ପରେ ପହଡ ଖୋଲାଯାଇଥିଲା।

ପ୍ରଶାସନ ପକ୍ଷରୁ କୋଭିଡ କଟକଣା ପାଇଁ ପୀଠରେ ୧୪୪ ଧାରା ଜାରି ହୋଇଛି । ଏଥିପାଇଁ ବିନା ଭକ୍ତରେ ପାଳନ ହେଉଛି ବଡଓଷା।  ଆଜି ପୂଜକଙ୍କ ପରିବାର ପକ୍ଷରୁ ଗଜଭୋଗ ପ୍ରସ୍ତୁତି କରାଯାଇ ମଧ୍ୟରାତ୍ରୀର ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ଧବଳେଶ୍ୱରଙ୍କ ପାଖରେ ଲାଗି କରାଯିବ ପ୍ରସିଦ୍ଧ ଗଜଭୋଗ।   ଏହି ଗଜଭୋଗ ପାଇଁ ପୂଜକଙ୍କ ପରିବାର ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ସୂଚନାଯୋଗ୍ୟ, ବଡଓଷା ଓ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଖୋର୍ଦ୍ଧା ସବଡିଭିଜନର ବିଭିନ୍ନ ଶୈବପୀଠରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଗତକାଲି ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଛି ସ୍ଥାନୀୟ ପ୍ରଶାସନ। କରୋନା ସଂକ୍ରମଣ ରୋକିବାକୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।

 

Also Read  Odisha Vigilance Raids Four Places Linked to Forest Range Officer Of Rahama