ହାଇକୋର୍ଟ ଗଲେ ମମିତାଙ୍କ ପରିବାର : ଚରିତ୍ର ସଂହାର କରୁଥିବା ଅଭିଯୋଗ

0
396
ହାଇକୋର୍ଟ
ହାଇକୋର୍ଟ
କଟକ: ମହାଲିଙ୍ଗା ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରିବାର ସଦସ୍ୟ। ନିର୍ଦ୍ଦିଷ୍ଟ ସମୟ ଭିତରେ ତଦନ୍ତ ଶେଷ କରିବାକୁ ଆବେଦନ କରିଛନ୍ତି। ଆବେଦନରେ ଗୃହ ସଚିବ, ଡିଜିପି, ବଲାଙ୍ଗିର ଜିଲ୍ଲାପାଳ,  ଏସ୍‌ପି ଓ ସିନ୍ଧେକେଲା IICଙ୍କୁ ପକ୍ଷଭୁକ୍ତ କରିଛନ୍ତି।
mamita 1 1
ମମିତା ମେହେର ହତ୍ୟା ମାମଲାରେ ହେଉଛି ଅଯଥା ରାଜନୀତି । ତେଣୁ ତ୍ୱରିତ ତଦନ୍ତ ହିଁ ଏକମାତ୍ର ସମାଧାନ ବୋଲି ଦାବି କରି ହାଇକୋର୍ଟରେ ଆବେଦନ କରିଛନ୍ତି ମମିତାଙ୍କ ପରିବାର । ଘଟଣାରେ ପରିବାରର ସାମ୍ବିଧାନିକ ଅଧିକାର କ୍ଷୂର୍ଣ୍ଣ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ ବିଳମ୍ବ ହେଉଥିବାରୁ ରାଜନୈତିକ ଦଳ ଗୁଡିକ ଓ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଅତିରଞ୍ଜିତ ଖବର ପରିବେଷଣ କରି ମୃତ ମମିତାଙ୍କର ଚରିତ୍ର ସଂହାର କରୁଛନ୍ତି।
ରାଜନୈତିକ ଦଳର ପ୍ରରୋଚନାରେ ହେଉଥିବା ଏଭଳି ଖବର ତାଙ୍କ ପରିବାର ଓ ମମିତାଙ୍କ ଭାବମୂର୍ତ୍ତି ସମ୍ମାନକୁ ଆଞ୍ଚ ଆଣୁଛି । ଗଣମାଧ୍ୟମରେ ଏଭଳି ଚର୍ଚ୍ଚା ପରିବାରକୁ ମାନସିକ ଆଘାତ ଦେଉଛି । ଘର ସାମ୍ନାରେ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ଗାଡ଼ି କ୍ୟାମ୍ପ କରିବା ସହ ସେମାନଙ୍କ ପରିବାରର ପ୍ରତିକ୍ରିୟା ପାଇଁ ବାଧ୍ୟ କରାଯାଉଛି । ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ଗଣମାଧ୍ୟମ ପରିବାରର ପ୍ରାଇଭେସୀ ନଷ୍ଟ କରାଯାଉଛି । ରାଜନୈତି ଦଳ ଓ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମର ଏଭଳି କାର୍ଯ୍ୟ ବିରୋଧରେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ମମିତାଙ୍କ ପରିବାର । ତେଣୁ ମମିତା ହତ୍ୟା ଘଟଣାର ତ୍ୱରିତ ତଦନ୍ତ କରିବାକୁ ପରିବାର ପକ୍ଷରୁ ହାଇକୋର୍ଟରେ ଅପିଲ କରାଯାଇଛି ।

ମହାଲିଙ୍ଗ ମହାବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଗୋବିନ୍ଦ ସାହୁଙ୍କ ଅନୈତିକ ପ୍ରେମ କାହାଣୀ ଜାଣିଥିଲେ ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର। ସେଥିପାଇଁ ତାଙ୍କୁ ଅନେକ ସମୟରେ ଧମକଚମକ ଦେଉଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ଗୋବିନ୍ଦ ଅଡୁଆରେ ପଡ଼ିଯାଇଥିଲେ। ଆଉ ତା’ ପରେ ମମିତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ।

ସେପଟେ ମମିତା ନିଖୋଜରେ ଗୋବିନ୍ଦଙ୍କ ହାତ ଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଗୋବିନ୍ଦକୁ ଥାନାକୁ ଆଣି ଜେରା କରିଥିଲା। ମାତ୍ର ଗୋବିନ୍ଦ ବାରାକରୁ ଚମ୍ପଟ ମାରିଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇବା ପରେ ବଲାଙ୍ଗିର ଏସ୍‌ପି ପୁରସ୍କାର ଘୋଷଣା କରିଥିଲେ। ପୁରସ୍କାର ଘୋଷଣା ହେବାର ପ୍ରାୟ ଘଣ୍ଟାଏ ପରେ ଅଭିଯୁକ୍ତ ଗୋବିନ୍ଦକୁ ପୁଲିସ ଆଖୁ କିଆରିରୁ ଗିରଫ କରିଥିଲା। ମମିତା ହତ୍ୟା ନେଇ ଗୋବିନ୍ଦ ସ୍ୱୀକାର କରିଥିବା ପୁଲିସ କହିଛି। ବର୍ତ୍ତମାନ ସୁଦ୍ଧା ମମିତା ହତ୍ୟା ମାମଲାରେ ପୁଲିସ ଗୋବିନ୍ଦ ଓ ତା’ ସହଯୋଗୀ ରାଧେକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଅନ୍ୟପକ୍ଷରେ ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ହାତ ଥିବା ଅଭିଯୋଗ ଆଣିଥିଲେ ବିରୋଧୀ ବିଜେପି ଓ କଂଗ୍ରେସ। ଯାହାକୁ ନେଇ ଗାଁଠୁ ସହର ଉଠୁଛି ଓ ପଡ଼ୁଛି। ମନ୍ତ୍ରୀଙ୍କ ବହିସ୍କାର ଓ ଗିରଫ ଦାବିରେ ବିଭିନ୍ନ ରାଜନୈତିକ ଦଳମାନେ ପ୍ରତିବାଦ କରୁଛନ୍ତି।
Also Read  North and Coastal parts of Odisha to receive heavy showers during this weekend