୨୧ରୁ ଭୋଟର ତାଲିକା ସଂଶୋଧନ ନେଇ ସ୍ୱତନ୍ତ୍ର କ୍ୟାମ୍ପେନ : କେମିତି ଯୋଡ଼ିବେ ନାଁ ?

0
219
୨୧ରୁ ଭୋଟର ତାଲିକା ସଂଶୋଧନ ନେଇ ସ୍ୱତନ୍ତ୍ର କ୍ୟାମ୍ପେନ
୨୧ରୁ ଭୋଟର ତାଲିକା ସଂଶୋଧନ ନେଇ ସ୍ୱତନ୍ତ୍ର କ୍ୟାମ୍ପେନ

ଭୁବନେଶ୍ୱର:  ରାଜ୍ୟରେ ଏବେ ଭୋଟର ତାଲିକା ସଂଶୋଧନ କ୍ୟାମ୍ପେନ ଚାଲୁଛି । ତେଣୁ ଏହି ସମୟରେ ମୁଁ ସମସ୍ତଙ୍କୁ ଅପିଲ କରିବାକୁ ଚାହୁଁଛି ସମସ୍ତେ ନିଜ ନିଜର ନାଁ ଓ ଏପିକି ଆଇଡି ଚେକ କରି ପାରିବେ । ଆମର ଏଥିପାଇଁ ୨୧ ତାରିଖରେ ସ୍ପେଶାଲ ଡ୍ରାଇଭ ମଧ୍ୟ କରାଯିବ ସେଠି ବି କରିପାରିବେ । ଫର୍ମ ୬ ନାମ ଯୋଡିବା, ଫର୍ମ ୭ ନାମ କାଟିବା, ଫର୍ମ ୮ ନାମ ସଂଶୋଧନ ଓ ଫର୍ମ ୮ ଏ ସ୍ଥାନାନ୍ତର ପାଇଁ ବ୍ୟବହାର କରିହେବ।

ବୁଧବାର ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି କହିଛନ୍ତି,  ବିଏଲଓମାନଙ୍କ ନିକଟରେ ଆବଶ୍ୟକୀୟ ସଂଶୋଧନ କରିପାରିବେ । ଉଭୟ ଅନ ଲାଇନ ଓ ଅଫ ଲାଇନ ମାଧମରେ କରି ପାରିବେ । ଭୋଟର ହେଲ୍ପ ଲାଇନକୁ ଯାଇ ମଧ୍ୟ ଏହି ସଂଶୋଧନ କରି ପାରିବେ । ଏପିକି ନମ୍ବର ସ୍ପିଡ୍ ପୋଷ୍ଟରେ ଯିବ ତେଣୁ ସଠିକ ଠିକଣା ଦେବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ।

ଆମେ କୋଭିଡ କାରଣରୁ ଅନଲାଇନ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେଉଛୁ । ବର୍ତ୍ତମାନ ସୁଦ୍ଧା ୪ଲକ୍ଷ୨୦ ହଜାର ଫର୍ମ ଆସିଛି । ସେ ମଧ୍ୟରୁ ୮୦ ପ୍ରତିଶତ ଆମେ ଅନ ଲାଇନ ମାଧ୍ୟମରେ ପାଇଛୁ । ଗତ ବର୍ଷ ଏହା ୮ ପ୍ରତିଶତ ରହିଥିଲା । ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ଡବଲ ଆଇଡି ଡିଲିଟ କରାଯାଇଥିବା ଶ୍ରୀ ଲୋହାନୀ ସୂଚନା ଦେଇଛନ୍ତି । ଆଗକୁ ଯଦି ସେମିତି ନଜର ଆସିବ ତାକୁ ବି ଡିଲିଟ କରାଯିବ । ତେବେ ଏହି ( https://www.nvsp.in/) ଲିଙ୍କ ସହାୟତାରେ ଭୋଟର ତାଲିକା ନେଇ ଆବଶ୍ୟକୀୟ କାର୍ଯ୍ୟ କରିପାରିବେ ।

Also Read  ରାଜଧାନୀରେ ଚାଞ୍ଚଲ୍ୟ; ସ୍ତ୍ରୀ ଓ ଶାଳିକୁ ନିର୍ମମ ଭାବେ ହତ୍ୟା, ସ୍ୱାମୀ ଅଟକ

LEAVE A REPLY

Please enter your comment!
Please enter your name here