ବଦଳୁଛି ସରକାରୀ ସ୍କୁଲର ଚିତ୍ର : ନଦେଖିଲେ ବିଶ୍ୱାସ କରିହେବ ନାହିଁ

0
291
ଆସନ୍ତାକାଲି ଠାରୁ ପ୍ରଥମ ରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ଆସିବେ: ପିଲାଙ୍କ ମନଫୁର୍ତ୍ତି ପାଇଁ ବିସ୍ତୃତ ଯୋଜନା
ଆସନ୍ତାକାଲି ଠାରୁ ପ୍ରଥମ ରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ଆସିବେ: ପିଲାଙ୍କ ମନଫୁର୍ତ୍ତି ପାଇଁ ବିସ୍ତୃତ ଯୋଜନା

ଭୁବନେଶ୍ୱର: ବଦଳୁଛି ସରକାରୀ ସ୍କୁଲର ଚିତ୍ର । ୫ଟି ସଂସ୍କାରରେ ସ୍କୁଲ ଟ୍ରାନ୍ସଫର୍ମେସନରେ ମିଳୁଛି ନୂଆ ଭିତ୍ତିଭୂମି । ଘରୋଇ ସ୍କୁଲ ଭଳି ହାଇ-ଟେକ୍ନୋଲୋଜି, କାଠ ବେଞ୍ଚ ଟେବୁଲ ବଦଳରେ ନୂଆ ଡେସ୍କ ବେଞ୍ଚ, ଲାଇଟ ଓ ଫ୍ୟାନର ମିଳୁଛି ସୁବିଧା । ଆଜି ୧୫୫ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେସିଂରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ଲୋକାର୍ପିତ କରିବେ ।

Capital High School 3

ମାଲକାନଗିରିର ୬ଟି ହାଇସ୍କୁଲ, ଝାରସୁଗୁଡ଼ାର ୨୫, କଳାହାଣ୍ଡିର ୨୬, ମୟୂରଭଞ୍ଜର ୬୦ ଓ ଖୋର୍ଦ୍ଧାର ୩୮ଟି ହାଇସ୍କୁଲ ଲୋକାର୍ପିତ କରାଯିବ । ସ୍ମାର୍ଟ କ୍ଲାସ ସାଙ୍ଗକୁ ଇ-ଲାଇବ୍ରେରୀ, ସାଇନ୍ସ ଲ୍ୟାଵ, କମ୍ପ୍ୟୁଟର ଲାଵ, ସ୍ପୋର୍ଟସ କମ୍ପଲେକ୍ସ ଓ ଅତ୍ୟାଧୁନିକ ଶୌଚାଳୟ ସାଙ୍ଗକୁ ପାନୀୟ ଜଳ ବ୍ୟବସ୍ଥା ରହିଛି ସ୍କୁଲ ପରସରରେ ।

ସରକାରଙ୍କ ଏହି ବୈପ୍ଲବିକ ଯୋଜନା ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବ । ଯାହାକୁ ନେଇ ବେଶ ଖୁସି ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ । ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ମୋଟ ୧୦୭୦ ସ୍କୁଲ ଟ୍ରାନ୍ସଫରମେସନ କରିବାକୁ ଯୋଜନା ରହିଛି ।

Also Read  ଜଗାର ଖେଳ, ବାତ୍ୟା ‘ଜୱାଦ’ ଦୁର୍ବଳ : ପବନ କମ, ବର୍ଷା ବେଶୀ

LEAVE A REPLY

Please enter your comment!
Please enter your name here