ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣମୀ : ବେଳାଭୂମିକୁ ଯିବା ମନା…….

0
462
ଗୋପାଳପୁର,
ଗୋପାଳପୁର,

ବ୍ରହ୍ମପୁର : ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣମୀ । ଏହି ଦିନ ସକାଳୁ ସକାଳୁ ଲୋକେ ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଇଥାନ୍ତି। ହେଲେ ଏଥିଯୋଗୁ ଅଧିକ ଲୋକ ଏକତ୍ରୀତ ହୋଇ କରୋନା ପୁଣି ଥରେ ମୁଣ୍ଡ ଟେକିବା ଆଶଙ୍କା ଥିବାରୁ ଆଗୁଆ ପଦକ୍ଷେପ ନେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋପାଳପୁର, ସୁନପୁର, ଆର୍ଯ୍ୟପଲ୍ଲୀ ଆଦି ସମୁଦ୍ର ବେଳାଭୂମିକୁ ପର୍ଯ୍ୟଟକ ଓ ସାଧାରଣ ଲୋକଙ୍କୁ ବାରଣ କରାଯାଇଛି ।

ଆଜି ଅପରାହ୍ନ ୨ଟାରୁ ଆସନ୍ତାକାଲି ଅପରାହ୍ନ ୨ଟା ପର୍ଯ୍ୟନ୍ତ  ଏସବୁ ବେଳାଭୂମୀକୁ ସାଧାରଣ ଲୋକଙ୍କୁ ବାରଣ କରାଯାଇଛି ।  ଏପରିକି ଏହି ସବୁ ବେଳାଭୂମିକୁ ଡଙ୍ଗା ଭସାଇବାକୁ ଯାଇ ଗହଳି ନ କରିବାକୁ କୁହାଯାଇଛି। ପ୍ରଶାସନର କଟକଣାକୁ ମାନିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ପ୍ରଶାସନର ଏହି ନିର୍ଦ୍ଦେଶ ପରେ ଶହ ଶହ ବର୍ଷର ପରମ୍ପରା ଡଙ୍ଗା ଭସା କିପରି ପାଳିବେ, କେଉଁ ଜଳାଶୟରେ ଡଙ୍ଗା ଭସାଇବେ ତାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ଲୋକେ।

Also Read  Odisha CM Majhi announces 'Lakhpati Didi Sahayika Yojana' for community support staff