ମୁଖ୍ୟମନ୍ତ୍ରୀଙ୍କ ନୈତିକତା କୁଆଡ଼େ ଗଲା ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

0
414
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର:ମମିତା ହତ୍ୟା ମାମଲାକୁ ନେଇ ଆଜି ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଯୋଗ ଦେଇ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ନୀତି ନୈତିକତା କୁଆଡ଼େ ଗଲା ପ୍ରଶ୍ନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ପ୍ରାୟୋଜିତ କୋର୍ଟ କଥାକୁ ନେଇ ବି ପ୍ରଶ୍ନ କରିଛନ୍ତି ସେ।

ସେ କହିଛନ୍ତି, ପୀଡ଼ିତାଙ୍କ ବାପା, ମାଙ୍କୁ ଆଣି ପ୍ରାୟୋଜିତ ମାମଲା କରାଯାଇଛି, ପୀଡ଼ିତାଙ୍କ ବାପା, ମାଙ୍କର ୧୬୪ ବୟାନ ରେକର୍ଡ କରାଯାଇନି,ଏଭଳି ସ୍ଥିତିରେ ସେମାନଙ୍କ ଉପରେ ଚାପ ପକାଇ କେସ୍ କରାଯାଇଛି।ମାମଲାର ଚାର୍ଜସିଟ୍ ହୋଇ ନ ଥିବା ବେଳେ ତ୍ୱରିତ ଶୁଣାଣି ପାଇଁ ଅପିଲ କରିବା ଅତ୍ୟନ୍ତ ହାସ୍ୟାସ୍ପଦ। ଗଣମାଧ୍ୟମ ଯେଉଁ ସବୁ କଥାକୁ ଆଗକୁ ଆଣିଥିଲା। ସେଥିରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ଆସିଲା। କିନ୍ତୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନାହିଁ। ପୁଲିସ ଅଧିକାରୀ ଓ ଅନ୍ୟ ଅଧିକାରୀମାନେ ଗୁଇନ୍ଦାଗିରି କରୁଛନ୍ତି।

ନୈତିକତା ଚାପରେ ଶାସ୍ତ୍ରୀ, ଆଡଭାନୀ ବି ଇସ୍ତଫା ଦେଇଥିଲେ। ନୈତିକତା ଆଧାରରେ ଆପଣ ବି ଅନେକ ମନ୍ତ୍ରୀଙ୍କୁ ବିଦା କରିଛନ୍ତି। ଆଜି ସେ ନୈତିକତା କୁଆଡ଼େ ଗଲା? ଏତଲାଟିଏ ଦେବା ପାଇଁ ପୀଡ଼ିତାଙ୍କ ବାପା, ମା’ ଥାନା ଥାନା ବୁଲିଲେ। ପୀଡ଼ିତାଙ୍କ ବାପା, ମାଙ୍କର ୧୬୪ ବୟାନ ରେକର୍ଡ କରାଯାଇନି। ଏଭଳି ସ୍ଥିତିରେ ସେମାନଙ୍କ ଉପରେ ଚାପ ପକାଇ କେସ୍ କରାଯାଇଛି। ସେମାନଙ୍କୁ ଆଣି ପ୍ରାୟୋଜିତ ମାମଲା କରାଯାଇଛି । ସେମାନଙ୍କ ଉପରେ ଚାପ ପକାଇ ତ୍ୱରିତ ଶୁଣାଣି ପାଇଁ କେସ୍ ହୋଇଛି। ମାମଲାର ଚାର୍ଜସିଟ୍ ହୋଇ ନ ଥିବା ବେଳେ ତ୍ୱରିତ ଶୁଣାଣି ପାଇଁ ଅପିଲ କରିବା ଅତ୍ୟନ୍ତ ହାସ୍ୟାସ୍ପଦ। ମୁଖ୍ୟମନ୍ତ୍ରୀ ମହାଶୟ, କାହାରି ଅହଂକାର ବେଶି ଦିନ ତିଷ୍ଠିନି ବୋଲି କହିଛନ୍ତି ଧର୍ମେନ୍ଦ୍ର।

ପ୍ରଧାନମନ୍ତ୍ରୀ ଲମ୍ବା ଲାଇନ ଟାଣିଛନ୍ତି। ଦେଶବାସୀଙ୍କୁ ଭୁଲ ମାଗିଛନ୍ତି। ମୋଦୀଙ୍କ କାର୍ଯ୍ୟକାଳ ସମୟରେ ସର୍ବାଧିକ ଧାନ, ଗହମ କିଣାଯାଇଛି। ୯ କୋଟି ଚାଷୀଙ୍କୁ ୬ ହଜାର ଟଙ୍କା ଲେଖାଏଁ ସହାୟତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କରୋନା ସମୟରେ ବି ସହାୟତା ଦେଇଛନ୍ତି କେନ୍ଦ୍ର ସରକାର।

Also Read  Duo arrested in allegedly duping job aspirants in Rourkela