ପଞ୍ଜାବ ରାଜନୀତି : ବିଜେପି ସହ ମେଣ୍ଟ କରିବେ ଅମରିନ୍ଦର ସିଂ

0
113
ବିଜେପି ସହ ମେଣ୍ଟ କରିବେ ଅମରିନ୍ଦର ସିଂ
ବିଜେପି ସହ ମେଣ୍ଟ କରିବେ ଅମରିନ୍ଦର ସିଂ

ଚଣ୍ଡିଗଡ଼ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା କୃଷି ଆଇନ ପ୍ରତ୍ୟାହାର ପରେ ପଞ୍ଜାବ ରାଜନୀତି ଏକ ରୋଚକ ମୋଡ଼ ନେଇଛି । ଗତ କାଲି ପର୍ଯ୍ୟନ୍ତ ବିଜେପି ଆଗାମୀ ବିଧାନସଭା ନିର୍ବାଚନରେ ଏକ ପ୍ରମୁଖ ଖେଳାଳି ନଥିଲା, କିନ୍ତୁ କୃଷି ଆଇନ ପ୍ରତ୍ୟାହାର ପରେ ସ୍ଥିତି ବଦଳିବାର ସମ୍ଭାବନା ରହିଛି ।

କେନ୍ଦ୍ରର ନିଷ୍ପତ୍ତି ପରେ ବିଜେପି ସହ ମେଣ୍ଟ କରିବାକୁ ସଂକେତ ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ଏକ ଘରୋଇ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ତାଙ୍କ ଦ୍ବାରା ସ୍ଥାପିତ ନୂଆ ଦଳ ପଞ୍ଜାବ ଲୋକ କଂଗ୍ରେସ ଆଗାମୀ ଦିନରେ ବିଜେପି ସହ ପ୍ରାକ-ନିର୍ବାଚନୀ ମେଣ୍ଟ କରିବ । ଏହା ସହିତ ଆସନ ବୁଝାମଣା ମଧ୍ୟ କରାଯିବ ।

ଅନ୍ୟପକ୍ଷରେ ଅମରିନ୍ଦରଙ୍କ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଛି ଯେ କୃଷି ଆଇନ ପ୍ରତ୍ୟାହାର ପାଇଁ ସେ ବିଗତ ଏକ ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରବର୍ତ୍ତାଇ ଆସୁଥିଲେ । ତାଙ୍କର ଏହି ଉଦ୍ୟମ ସଫଳ ହୋଇଥିବାରୁ ସେ ଖୁସି ଅଛନ୍ତି । ଗତ କାଲି ଅମରିନ୍ଦର କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷି ଆଇନ ପ୍ରତ୍ୟାହାର କରି ଏକ ସକାରାତ୍ମକ ସଂକେତ ଦେଇଛନ୍ତି । ଏଣୁ କୃଷକମାନେ ଦିଲ୍ଲୀ ସୀମାରୁ ତୁରନ୍ତ ନିଜର ଆନ୍ଦୋଳନ ସମାପ୍ତ କରିବା ସହ ଫେରିଯାଆନ୍ତୁ ।

Also Read  ୭୦ ବର୍ଷ ପରେ ୨୦୦୦ ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ଘରଡିହ

LEAVE A REPLY

Please enter your comment!
Please enter your name here