ଶ୍ରୀକ୍ଷେତ୍ରରେ ତ୍ରି ଦିନାତ୍ମକ ଯଜ୍ଞ ପୂଜାଵିଧି : ବୁଧବାର ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ଶିଳାନ୍ୟାସ

0
216
ଶ୍ରୀକ୍ଷେତ୍ରରେ ତ୍ରି ଦିନାତ୍ମକ ଯଜ୍ଞ ପୂଜାଵିଧି
ଶ୍ରୀକ୍ଷେତ୍ରରେ ତ୍ରି ଦିନାତ୍ମକ ଯଜ୍ଞ ପୂଜାଵିଧି

ପୁରୀ: ଶ୍ରୀକ୍ଷେତ୍ରରେ ଭବ୍ୟ ଆୟୋଜନ । ଆଜିଠୁ ତ୍ରି ଦିନାତ୍ମକ ଯଜ୍ଞ ପୂଜାଵିଧି ପରମ୍ପରା ଅନୁଯାଇ ଅନୁଷ୍ଠିତ ହେବ । ବ୍ରାହ୍ମଣଙ୍କ ଦ୍ବାରା ଯଜ୍ଞ ପୂଜା ଆରମ୍ଭ ହେବ । ତ୍ରି ଦିନାମତ୍କ ସ୍ବତନ୍ତ୍ର ଯଜ୍ଞ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଅନୁଷ୍ଠିତ ହେବା ନେଇ ଗଜପତି ମହାରାଜ ଗୁଆ ଟେକିଛନ୍ତି । ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ଯଜ୍ଞ ମଣ୍ଡପ । ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯଜ୍ଞର ସଫଳତା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଆସନ୍ତା ବୁଧବାର ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ଶିଳାନ୍ୟାସ ହେବ। ଶ୍ରୀନହରରେ ଏନେଇ ଏକ ସ୍ବତନ୍ତ୍ର ପୂଜା କରାଯାଇଥିବା ବେଳେ ଗଜପତି ବ୍ରହ୍ମଣମାନଙ୍କୁ ବରଣ କରି ଅଧିବାସ ନୀତି ସମାପନ କରିଛନ୍ତି । ଯଜ୍ଞସ୍ଥଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ପୂର୍ଣାହୁତି ଦିନ ପ୍ରକଳ୍ପ ଶିଳାନ୍ୟାସରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Also Read  ଆଜି ଅବପାତରେ ପରିଣତ ହେବ ଲଘୁଚାପ, ରାଜ୍ୟରେ ପ୍ରବଳ ବର୍ଷାର ଆଶଙ୍କା

LEAVE A REPLY

Please enter your comment!
Please enter your name here