କନ୍ଧମାଳ ହଳଦୀକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ : କନ୍ଧମାଳରେ ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନ

0
242
କନ୍ଧମାଳ ହଳଦୀକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
କନ୍ଧମାଳରେ ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନ

କନ୍ଧମାଳ:  କନ୍ଧମାଳରେ ହେବ ମେଡ଼ିକାଲ କଲେଜ । ୫ ଶହ ଶଯ୍ୟାବିଶିଷ୍ଟ ମେଡିକାଲ୍ କଲେଜ ଓ ହସପିଟାଲ କାମ ଶୀଘ୍ର ଶେଷ ହେବ । କନ୍ଧମାଳର ହଳଦୀ ସାରା ବିଶ୍ୱରେ ବ୍ରାଣ୍ଡ ହୋଇପାରିଛି । ଇକୋ ଟୁରିଜିମ୍ ପାଇଁ କନ୍ଧମାଳ ଆକର୍ଷଣର କେନ୍ଦ୍ର ହୋଇପାରିଛି। ସେହିପରି ଭିତ୍ତିଭୂମି ବିକାଶ ଉପରେ ସରକାର ସ୍ୱତନ୍ତ୍ର ଫୋକସ ରଖିଛନ୍ତି ବୋଲି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

କନ୍ଧମାଳରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନ କରିଛନ୍ତି । ଜିଲ୍ଲାର ପ୍ରାୟ ୬ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ । ଏହି ଅବସରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିଛନ୍ତି । କନ୍ଧମାଳ ସୁନାର ଭୂମି, ଏ ମାଟିରେ ସୁନା ଫଳେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବିଜୁ ସ୍ମାର୍ଟ କାର୍ଡ ବ୍ୟତୀତ ଆଜି ମୁଖ୍ୟମନ୍ତ୍ରୀ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତିର ୧୮୯ଟି ପ୍ରକଳ୍ପ(୧୧ କୋଟି ୫୦ ଲକ୍ଷ ଟଙ୍କା), ରାସ୍ତା, କୋଠାବାଡି ଓ ସେତୁ ପାଇଁ ୩୪ଟି ପ୍ରକଳ୍ପ(୧୩୯ କୋଟି ଟଙ୍କା), ସ୍ୱାସ୍ଥ୍ୟ ସେବା ଓ ବିଦ୍ୟୁତ ଭିତ୍ତିଭୂମି ବିକାଶ ପାଇଁ ୪୪ କୋଟି ୮୧ ଲକ୍ଷ ଟଙ୍କାର ୨ଟି ପ୍ରକଳ୍ପ, ୪୮ ଲକ୍ଷ ଟଙ୍କା ମୂଲ୍ୟର ଦୁଇଟି ଜଳସେଚନ ପ୍ରକଳ୍ପ ଉଦଘାଟନ କରିଛନ୍ତି ।

Also Read  ଓଲିଉଡ଼ ଷ୍ଟାର ବାବୁସାନ୍ ଓ ପ୍ରକୃତି ମିଶ୍ରଙ୍କ ଭିଡିଓ ଭାଇରାଲ୍ : ବିଚ୍ ରାସ୍ତାରେ ପ୍ରକୃତିଙ୍କୁ ଟଣାଓଟରା କଲେ ବାବୁସାନଙ୍କ ପତ୍ନୀ

LEAVE A REPLY

Please enter your comment!
Please enter your name here