ବାରିପଦା: ବାରିପଦା ସ୍ଥିତ ଆଇଟିଡିଏ କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଏକା ସାଙ୍ଗରେ ୧୨ଟି ସ୍ଥାନରେ ଚାଲିଛି ଚଢ଼ାଉ । ବାରିପଦାସ୍ଥିତ କାର୍ଯ୍ୟାଳୟ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ଭଞ୍ଜପୁର ସ୍ଥିତ ବାସସ୍ଥାନ, ବାଲିଆପାଳର ଭୋଗରାଇ ସ୍ଥିତ ପୈତୃକ ଘର, ଶ୍ବଶୁର ଘର ଓ ଭୁବନେଶ୍ବର ସମେତ ୧୨ଟି ସ୍ଥାନରେ ଭିଜିଲାନ୍ସ ଟିମ୍ କରୁଛନ୍ତି ତଲାସୀ ।
ଦୀର୍ଘ ୮ ବର୍ଷ ଧରି ଯନ୍ତ୍ରୀ ଗୋଟିଏ କାର୍ଯ୍ୟାଳୟରେ ଚାକିରି କରୁଥିବା ବେଳେ ବହୁ ଦୁର୍ନୀତିରେ ସଂପୃକ୍ତ ଥିବାର ଅଭିଯୋଗ ହୋଇଥିଲା । ଠିକାଦାରଙ୍କ ଜାଲି ଦସ୍ତଖତକୁ ନେଇ ଅନେକ ସମୟରେ ଟଙ୍କା ଉଠାଇ ନେଇଥିବାର ଠିକାଦାର ଅଭିଯୋଗ ଆଣିଥିଲେ । ଏହାସହ ଜିଏସଟି ଠକେଇ ମାମଲାରେ ସଂପୃକ୍ତ ଥିବା ମଧ୍ୟ ଅଭିଯୋଗ ହୋଇଛି ।
ବହୁତ ଦିନ ପୂର୍ବରୁ ସନ୍ତୋଷ ଭିଜିଲାନ୍ସ ସ୍କାନରରେ ରହିଥିଲେ। ତାଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳର ଅଭିଯୋଗ ରହିଥିଲା । ଆଜି ସକାଳୁ ସନ୍ତୋଷ ଦାସଙ୍କ ବାଲେଶ୍ୱର ଜିଲା ଭୋଗରେଇସ୍ଥିତ ସନ୍ତୋଷଙ୍କ ଶ୍ୱଶୁର ଘର, ବାରିପଦାରେ ଥିବା ତାଙ୍କ ପୈତୃକ ଘର ଏବଂ ତାଙ୍କ ଅଫିସ କାର୍ଯ୍ୟାଳୟ ଆଦିରେ ଚଢ଼ାଉ ଜାରି ରହିଛି । ଵର୍ତ୍ତମାନ ଯାଏ ଭିଜିଲାନ୍ସ କିଛି ସରକାରୀ କାଗଜପତ୍ର ଜବତ କରିବା ସହିତ ବିଶେଷ ତଥ୍ୟ ମିଳିପାରିନାହିଁ।