ହଷ୍ଟେଲ ଛାତରୁ ଖସି ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

0
388
medical-student-found-dead-after-falling-down-from-the-roof-in-balangir

ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଘଟିଛି ଏକ ଦୁଃଖଦ ଘଟଣା। ମେଡିକାଲ୍ କଲେଜ ହଷ୍ଟେଲ ଛାତରୁ ପଡି ଜଣେ ଡାକ୍ତର ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ରଙ୍କ ଜଣଙ୍କ ହରିୟାଣାର ହୋଇଥିବା ବେଳେ ତାଙ୍କ ନାଁ ନିଶାନ୍ତ କୁମାର ବୋଲି ଜଣାପଡିଛି। ସେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜର ପ୍ରଥମ ବର୍ଷ ଏମବିବିଏସ ଛାତ୍ର। ତେବେ ସେ ୭ ମହଲା କୋଠାରୁ କିପରି ତଳକୁ ପଡିଲେ ତାହାକୁ ନେଇ ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ, ନିଶାନ୍ତ କଲେଜର ନ୍ୟୁ ବଏଜ ହଷ୍ଟେଲରେ ରହୁଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଆଜି ସେ ମଧ୍ୟାହ୍ଣ ଭୋଜନ କରିବା ପରେ ଛାତ ଉପରକୁ ଯାଇଥିଲେ। କିନ୍ତୁ ସେଠାରେ କ’ଣ ଘଟିଲା, ସେ କେମିତି ଛାତରୁ ପଡ଼ିଗଲେ, ତାହା କେହି ଜାଣି ନାହାନ୍ତି।

Also Read  More than 13.70 lakh people applied for enrolment in ration card list: Odisha minister