ବହୁ ଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ୍

0
532
lalu-yadav-granted-bail in fodder-scam case

ଝାଡ଼ଖଣ୍ଡ: ବିହାରର ବହୁ ଚର୍ଚ୍ଚିତ ଗୋ ଖାଦ୍ୟ ଦୁର୍ନୀତିରେ ଲାଲୁଙ୍କୁ ଜାମିନ ମିଳିଛି। ଡୋରଣ୍ଡା କୋଷାଗାର ମାମଲାରେ ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ହୋଇଥିବା ଲାଲୁ ଯାଦବଙ୍କୁ ଆଜି ଝାଡଖଣ୍ଡ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ୧୦ ଲକ୍ଷ ଟଙ୍କର ଜରିମାନା ଏବଂ ୧ଲକ୍ଷ ଟଙ୍କା ବେଲ ବଣ୍ଡ ବଦଳରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । ଗତ ବୁଧବାର ମାମଲାରେ ସିବିଆଇ କୋର୍ଟରେ ତାଙ୍କର ଜବାବ ରଖିଥିଲେ। ଏଥିରେ ଲାଲୁ ଏପର୍ଯ୍ୟନ୍ତ ତାଙ୍କ ଅଧା ଦଣ୍ଡ ବି ଭୋଗ କରିନଥିବା କୁହାଯାଇଥିଲା। ତେବେ ଲାଲୁଙ୍କ ଓକିଲ ସେ ଅଧାରୁ ଅଧିକ ଦଣ୍ଡ ଭୋଗି ସାରିଥିବାର ତର୍କ ରଖିଥିଲେ। କୋର୍ଟ ଲାଲଙ୍କ ଜାମିନ ମଞ୍ଜୁର କରିଥିବରୁ ହୁଏତ ଶୁକ୍ରବାର ଅଥବା ଶନିବାର ସେ ଜେଲରୁ ମୁକୁଳି ପାରନ୍ତି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଝାଡଖଣ୍ଡ ହାଇକୋର୍ଟ ୧୩୯.୩୫ କୋଟି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ସ୍ୱତନ୍ତ୍ର ସିବିଆଇ କୋର୍ଟ ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ । ଏହି ମାମଲାରେ ତାଙ୍କୁ ୬୦ଲକ୍ଷ ଟଙ୍କା ଜରିମନା ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଏହା ବିରୋଧରେ ଲାଲୁ ହାଇକୋର୍ଟରେ ଜାମିନ ନିବେଦନ କରିଥିଲେ। ଏହା ପୂର୍ବରୁ ଲାଲୁଙ୍କୁ ଗୋଖାଦ୍ୟ ଦୁର୍ନୀତିର ଅନ୍ୟ ମାମଲାରେ ମଧ୍ୟ ଦୋଷୀ ସାବ୍ୟସ୍ତ ହେବା ସହ ଦଣ୍ଡିତ ହୋଇଛନ୍ତି।

Also Read  BJP to contest 20 seats in 2019 polls in Bihar