ତିନି ଅଭିଯୁକ୍ତଙ୍କୁ ୱାଣ୍ଟେଡ ଘୋଷଣା କଲା କ୍ରାଇମବ୍ରାଞ୍ଚ : ସୂଚନା ଦେଲେ ପୁରସ୍କାର

0
408
ତିନି ଅଭିଯୁକ୍ତଙ୍କୁ ୱାଣ୍ଟେଡ ଘୋଷଣା କଲା କ୍ରାଇମବ୍ରାଞ୍ଚ
ତିନି ଅଭିଯୁକ୍ତଙ୍କୁ ୱାଣ୍ଟେଡ ଘୋଷଣା କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ବିଭିନ୍ନ ମାମଲାରେ ୩ ଜଣ ଫେରାର ଅଭିଯୁକ୍ତଙ୍କ ସଂପର୍କରେ ସୂଚନା ଦେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏମାନଙ୍କ ବିଷୟରେ ଯିଏ ସୂଚନା ଦେବେ, ତାଙ୍କୁ ପୁରସ୍କାର ଦେବା ସହ ତାଙ୍କ ନାମ ଗୋପନ ରଖାଯିବ ବୋଲି ଏଥିରେ କୁହାଯାଇଛି।
ଏହି ତିନି ଫେରାର ଅଭିଯୁକ୍ତ ହେଲେ ଚିଟଫଣ୍ଡ ମାମଲାରେ ଫସିଥିବା ତ୍ରିବେଣୀ ମହାନ୍ତି ଓ ଆଦିତ୍ୟ ଦାସ ଏବଂ ଠକେଇ ମାମଲା ଥିବା ଜ୍ୟୋତିରଞ୍ଜନ ବେଉରା ଓରଫ ଗୋଲଡେନ୍ ବାବା। ଏହି ତିନିଜଣଙ୍କୁ ୱାଣ୍ଟେଡ ବୋଲି କ୍ରାଇମବ୍ରାଞ୍ଚ ଦର୍ଶାଇଛି।

ପୁରୀ ଜିଲ୍ଲା ଚନ୍ଦନପୁରର ଆଦିତ୍ୟ । ଶେଷ ଥର ପାଇଁ ପୁରୀ ବାଲିସାହିରେ ତାଙ୍କୁ ଦେଖିବାକୁ ମିଳିଥିଲା । ଆଦିତ୍ୟ ଦାଶ 2013ରୁ ଫେରାର ଅଛନ୍ତି । ତାଙ୍କ ନାଁରେ eowରେ 20 କୋଟି ଟଙ୍କା ଠକେଇ ଅଭିଯୋଗ ଅଛି । ସେହିପରି ଷ୍ଟାର୍‌ କନସଲଟାନ୍ସି ସର୍ଭିସ ଚିଟଫଣ୍ଡ ମାମଲାରେ ୱାଣ୍ଟେଡ ତାଲିକାରେ ଥିବା ତ୍ରିବେଣୀ କୁମାର ମହାନ୍ତିଙ୍କ ସମ୍ପର୍କରେ ସୂଚନା ଦେବାକୁ ଫଟୋ ଜାରି କରାଯାଇଛି । ଭଦ୍ରକ ସାନଲପୁରର ତ୍ରିବେଣୀଙ୍କୁ ଶେଷଥର ପାଇଁ ଭୁବନେଶ୍ବର ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀରେ ଦେଖିବାକୁ ମିଳିଥିଲା । ତ୍ରିବେଣୀ ମହାନ୍ତି 2012ରୁ ଫେରାର ଅଛନ୍ତି । ତାଙ୍କ ନାଁରେ eowରେ 13 କୋଟି ଟଙ୍କା ଠକେଇ ଅଭିଯୋଗ ଅଛି ।

ସେହିପରି ଜ୍ୟୋତି ଟ୍ରେଡିଂ ଠକେଇ କେସରେ ୱାଣ୍ଟେଡ ଥିବା ଗୋଲ୍‌ଡେନ ବାବା ଓରଫ ଜ୍ୟୋତି ରଞ୍ଜନ ବେଉରାଙ୍କୁ ମଧ୍ୟ ଖୋଜୁଛି ଇଓଡବ୍ଲୁ । ଗୋଲଡେନ ବାବାଙ୍କ ନାଁରେ 4 କୋଟି ଟଙ୍କା ଠକେଇ ଅଭିଯୋଗ ଅଛି । ଲୁହାପଥର କାରବାର ଠକେଇ ଅଭିଯୋଗ ଅଛି ଗୋଲଡେନ ବାବାଙ୍କ ନାଁରେ । ସେମାନଙ୍କ ବିଷୟରେ ସୂଚନା ଦେବାକୁ ଫଟୋ ଜାରି କରାଯାଇଥିବା ବେଳେ ସୂଚନା ଦେଇଥିବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବ ବୋଲି ସୂଚନା ଦିଆଯାଇଛି । ପୂର୍ବରୁ 3 ଅଭିଯୁକ୍ତଙ୍କ ବିରୋଧରେ nbw ଜାରି କରିଥିଲା eow ।

Also Read  26 SC-ST students of Odisha govt-run school hostels died in last 8 months: Minister