ରାଜ୍ୟରେ ଏବେ ସୁଦ୍ଧା କେତେ ଭିକାରୀ ଅଛନ୍ତି ? ଜାଣନ୍ତୁ ….

0
479
ରାଜ୍ୟରେ ଏବେ ସୁଦ୍ଧା କେତେ ଭିକାରୀ ଅଛନ୍ତି
ରାଜ୍ୟରେ ଏବେ ସୁଦ୍ଧା କେତେ ଭିକାରୀ ଅଛନ୍ତି

ଭୁବନେଶ୍ବର: ରାଜ୍ୟରେ ଭିକାରୀଙ୍କ ସଂଖ୍ୟା କେତେ? ସରକାର କେତେ ଜଣ ଭିକାରୀଙ୍କୁ ଚିହ୍ନଟ କରିଛନ୍ତି। ଏମାନଙ୍କ ମଧ୍ୟରେ ପୁରୁଷ, ମହିଳା ଓ ଶିଶୁ ଭିକ୍ଷୁକଙ୍କ ସଂଖ୍ୟା କେତେ ରହିଛି। ଏମାନଙ୍କ ସାମାଜିକ ସୁରକ୍ଷା ପାଇଁ ସରକାର କଣ ବ୍ୟବସ୍ଥା କରିଛନ୍ତି। ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡା ଏହାର ଉତ୍ତର ରଖିଛନ୍ତି।

ଆଜି ବିଧାନସଭାରେ ବିଧାୟକ ନାଉରୀ ନାଏକ ପ୍ରଶ୍ନ ଉତ୍ତର ମନ୍ତ୍ରୀ ଦର୍ଶାଇଛନ୍ତି ଯେ, ରାଜ୍ୟରେ ଏବେ ସୁଦ୍ଧା ୬୯୭୦ ଜଣ ଭିକାରୀଙ୍କୁ ଚିହ୍ନଟ କରାଯାଇଛି। ଏଥିମଧ୍ୟରୁ ୪୧୨୮ଟି ଜଣ ପୁରୁଷ ଓ ୨୮୪୨ ଜଣ ମହିଳା ଭିକାରୀ ରହିଛନ୍ତି। କଟକରେ ସର୍ବାଧିକ ୧୦୬୦ ଜଣ ଭିକାରୀ ରହିଥିବା ବେଳେ ବରଗଡ଼ରେ ଦ୍ୱିତୀୟ ସର୍ବାଧିକ ୫୯୫ ଜଣ ଭିକାରୀଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ବୌଦ୍ଧରେ ସର୍ବନିମ୍ନ ୫ ଜଣ ଭିକାରୀ ଚିହ୍ନଟ ହୋଇଛନ୍ତି।

VIKARI

ଚିହ୍ନଟ ହେଉଥିବା ଭିକାରୀଙ୍କ ପାଇଁ ସହାୟ ନାମକ ଏକ କାର୍ଯ୍ୟକ୍ରମ ହାତକୁ ନିଆଯିବାର ବ୍ୟବସ୍ଥା କରାଯାଉଥିବା କହିଛନ୍ତି ମନ୍ତ୍ରୀ। ଏହାସହ ପ୍ରଥମ ପର୍ଯ୍ୟାୟରେ ପୁରୀର ନିଳାଦ୍ରୀ ନିଳୟ ଓ ଭୁବନେଶ୍ୱରଠାରେ ଏକାମ୍ର ନିଳୟ ନାଁରେ ସ୍ୱତନ୍ତ୍ର ଅଭିଯାନ କରାଯାଇ ସହରରୁ ଭିକ୍ଷୁକମୁକ୍ତ କରିବାକୁ କାର୍ଯ୍ୟକ୍ରମ କରାଯାଉଛି। ଏହାସହ ଖୋର୍ଦ୍ଧା, ସମ୍ବଲପୁରରେ ଭିକ୍ଷୁକ ପୁନର୍ବାସ କେନ୍ଦ୍ର ଖୋଲାଯିବ ସହ ରାଉରକେଲା ମୁନିସିପାଲଟି, ଗଞ୍ଜାମ, ଢେଙ୍କାନାଳ ଜିଲ୍ଲାରେ ଭିକ୍ଷୁକ ପୁନର୍ବାସ କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି କଟକରେ ମଧ୍ୟ ଭିକ୍ଷୁକ ପୁନର୍ବାସ କେନ୍ଦ୍ର ଖୋଲିବାକୁ ପ୍ରସ୍ତାବ ବିଚାରାଧୀନ ଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି  ।

Also Read  BJP creates ruckus for farmer suicide in Odisha, house adjourned twice in a day