ରାଜ୍ୟରେ ଏଯାଏ ୪୧ ଲକ୍ଷ ପ୍ରଥମ ଡୋଜ ନେଇନାହାନ୍ତି

0
430
ଏଯାଏ ୪୧ ଲକ୍ଷ ପ୍ରଥମ ଡୋଜ ନେଇନାହାନ୍ତି
ଏଯାଏ ୪୧ ଲକ୍ଷ ପ୍ରଥମ ଡୋଜ ନେଇନାହାନ୍ତି

ଭୁବନେଶ୍ୱର : ରାଜ୍ୟରେ ଏବେ ବି ୪୧ ଲକ୍ଷ ଲୋକ ପ୍ରଥମ ଡୋଜ ଟିକା ନେଇନାହାନ୍ତି । ଡିସେମ୍ବର ଶେଷ ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ଶ୍ରୀ ପାଣିଗ୍ରାହୀ କହିଛନ୍ତି, ରାଜ୍ୟର ୮୭ ପ୍ରତିଶତ ଲୋକ ପ୍ରଥମ ଡୋଜ ଟିକା ନେଇ ସାରିଛନ୍ତି । ଏଯାଏଁ ୧୩ ପ୍ରତିଶତ ଲୋକ ଟିକା ନେଇ ନାହାନ୍ତି। ଏମାନଙ୍କ ସଂଖ୍ୟା ୪୧ ଲକ୍ଷ। ସମସ୍ତେ ସ୍ବତଃପ୍ରବୃତ୍ତ ଭାବେ ଟୀକା ନିଅନ୍ତୁ। ଫଳରେ ଡିସେମ୍ବର ଶେଷ ସୁଦ୍ଧା ଆମର ପ୍ରଥମ ଡୋଜ ଟିକାକରଣ ଶେଷ ହେବ। ଏହା ଆମର ଲକ୍ଷ୍ୟ।

ମୟୁରଭଞ୍ଜ, କନ୍ଧମାଳ ଓ କଟକ ଭଳି ଜିଲ୍ଲାରେ ପ୍ରଥମ ଡୋଜ ଟିକାକରଣ ହାର ବହୁତ କମ ରହିଛି। ଓମିକ୍ରନ ଭୁତାଣୁର ଭୟାବହତା ବଢୁଥିବାରୁ ଏଥିପାଇଁ ଆମକୁ ସଜାଗ ରହିବାକୁ ହେବ। ଅପରପକ୍ଷରେ ରାଜ୍ୟର ୫୪ ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ ନେଇଛନ୍ତି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

 

 

 

Also Read  Iranian women charity worker case 2014: Court acquits woman two years later