ଫୁଲବାଣୀ: ଗତ ୩ରୁ ୪ଦିନ ହେଲା ଓଡ଼ିଶା ମଧ୍ୟକୁ ବାୟୁମଣ୍ଡଳର ତଳ ଭାଗରେ ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ କ୍ରମାଗତ ଭାବେ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବେଶ କରୁଥିବାରୁ ଏହାର ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ତେବେ ଗତ ରାତିରେ ଫୁଲବାଣୀରେ ସର୍ବାଧିକ ଥଣ୍ଡା ରେକର୍ଡ କରାଯାଇଛି । ଫୁଲବାଣୀରେ ୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ଦାରିଙ୍ଗବାଡ଼ିରେ ୪.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।
ସେହିପରି ରାଜ୍ୟର ୧୭ଟି ସ୍ଥାନର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଫୁଲବାଣୀ ଓ ଦାରିଙ୍ଗବାଡି ବ୍ୟତୀତ ସୁନ୍ଦରଗଡ ଓ ଝାରସୁଗୁଡାରେ ୬.୦ ଡିଗ୍ରୀ ସେଲସିୟସ, କେନ୍ଦୁଝର ଓ ସୋନପୁରରେ ୬.୪ ଡିଗ୍ରୀ ସେଲସିୟସ, ଟିଟିଲାଗଡରେ ୬.୫ ଡିଗ୍ରୀ ସେଲସିୟସ, ଭବାନୀପାଟଣାରେ ୬.୮ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।