ଭାରତରେ ଆଉ ୨ଟି କରୋନା ଟିକା ଓ ଗୋଟିଏ ଔଷଧକୁ ମିଳିଲା ଅନୁମତି : ଜାଣନ୍ତୁ ……

0
355
ସକାଳ ୮-୧ ଯାଏ ପିଲାଙ୍କୁ କୋଭିଡ ଟିକା
ସକାଳ ୮-୧ ଯାଏ ପିଲାଙ୍କୁ କୋଭିଡ ଟିକା

ନୂଆଦିଲ୍ଲୀ: ‌କରୋନା ମହାମାରୀ ବିରୋଧରେ ଲଢ଼େଇକୁ ଆହୁରି ଦୃଢ଼ କରିବା ପାଇଁ ଆସିଲା ଆଉ ୨ଟି ଟିକା। ୨ଟି କରୋନା ଟିକା ଓ ଗୋଟେ କରୋନା ଔଷଧକୁ ଅନୁମତି ଦେଲା ଭାରତ। କୋଭିସିଲ୍ଡ, କୋଭାକ୍ସିନ ଏବଂ ଫାଇଜର ଭଳି ଟିକାକୁ ଅନୁମତି ମିଳିବା ପରେ ଆଜି କେନ୍ଦ୍ର ସରକାର ଆଉ ଦୁଇଟି ଟିକା ଏବଂ ଗୋଟିଏ ଆଣ୍ଟି-ଭାଇରାଲ ଔଷଧକୁ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ୨ଟି ଟିକା ହେଉଛି କୋର୍ବେଭାକ୍ସ ଏବଂ କୋଭୋଭାକ୍ସ। ଏହି ୨ଟି ଟିକା ସହ ଆଣ୍ଟି-ଭାଇରାଲ୍ ଔଷଧ ମଲନୁପିରାଭୀରକୁ କେବଳ ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର କରିବାକୁ ଅନୁମତି ମିଳିଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟ।

କୋର୍ବେଭାକ୍ସକୁ ହାଇଦ୍ରାବାଦ ଭିତ୍ତିକ କମ୍ପାନି ବାୟୋଲୋଜିକାଲ୍-ଇ ପ୍ରସ୍ତୁତ କରିଥିବା ବେଳେ କୋଭୋଭାକ୍ସକୁ ପ୍ରସ୍ତୁତ କରିଛି ପୁଣେର ସେରମ ଇନଷ୍ଟିଚ୍ୟୁଟ। ଏହା ସହ ଆଣ୍ଟି-ଭାଇରାଲ୍ ଔଷଧ ମଲନୁପିରାଭୀରକୁ ଭାରତରେ ୧୩ଟି କମ୍ପାନି ଦ୍ବାରା ପ୍ରସ୍ତୁତ କରାଯାଇଛି। ଏହାକୁ ଜରୁରୀକାଳୀନ ପରିସ୍ଥିତିରେ ବୟସ୍କ ରୋଗୀଙ୍କ ଚିକିତ୍ସାରେ ସୀମିତ ବ୍ୟବହାର ପାଇଁ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି।

ଏହା ପୂର୍ବରୁ ଭାରତ କୋଭିସିଲ୍ଡ ଓ କୋଭାକ୍ସିନକୁ ଅନୁମତି ଦେଇଥିବା ବେଳେ ଭାରତରେ କୋଟି କୋଟି ଲୋକ ଏହି ଟିକା ଗ୍ରହଣ କରିଛନ୍ତି। ବର୍ଷକ ମଧ୍ୟରେ ଏହି ୨ଟି ଟିକା ଭଲ ପ୍ରଭାବ ପକାଇଥିବା ଦେଖାଯାଇଥିବା ବେଳେ କୋର୍ବେଭାକ୍ସ ଏବଂ କୋଭୋଭାକ୍ସର ପ୍ରଭାବ କିଭଳି ରହିିବ, ତାହା ଦେଖିବାକୁ ବାକି ରହିଲା।

Also Read  Sensex tanks 1,000 points; Nifty drops below 24,000-level