ଏକାମ୍ର ନିର୍ବାଚନ ମଣ୍ଡଳୀରେ ୧୦୩ କୋଟି ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

0
494
cm naveen asks-departments-to-remain-prepared-for-disaster

ଭୁବନେଶ୍ୱର: ଭୁବନେଶ୍ୱରର ଏକାମ୍ର ନିର୍ବାଚନ ମଣ୍ଡଳୀରେ ୧୦୩ କୋଟି ଟଙ୍କାର ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୁଣା ଭୁବନେଶ୍ବର ଲିଙ୍ଗରାଜ ମାର୍କେଟ କମପ୍ଲେକ୍ସଠାରେ ଆୟୋଜିତ ଳୋକାର୍ପଣ ଉତ୍ସବରେ ଭର୍ଚୁଆଲରେ ଯୋଗ ଦେଇ ଏହି ପ୍ରକଳ୍ପଗୁଡ଼ିକର ଳୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ।

disha

ଭୁବନେଶ୍ଵରରେ ପ୍ରତି ଘରକୁ ୨୪ ଘଣ୍ଟା ପାନୀୟ ଜଳଯୋଗାଣ ପାଇଁ ୩୩ କୋଟି, ବରମୁଣ୍ଡା ଓ ୱାର୍ଡ ନମ୍ବର ୨୪ ଅଞ୍ଚଳରେ ସେଥିପାଇଁ ୮ କୋଟି ୯୩ ଲକ୍ଷ , ଗଙ୍ଗୁଆ ବାମପାର୍ଶ୍ଵରେ ରାସ୍ତା ନିର୍ମାଣ ପାଇଁ ୫୨ କୋଟି , ୬୦ନମ୍ବର ୱାର୍ଡରେ କେଦାରଗୌରୀ ପୁଷ୍କରିଣୀ ଜଳ ନିଷ୍କାସନ ପାଇଁ ବକ୍ସ କଲଭର୍ଟ ନିର୍ମାଣ ବାବଦରେ ୬୫ ଲକ୍ଷ , ଲିଙ୍ଗିପୁରରେ ପାନୀୟ ଜଳ ଯୋଗାଣ ସୁଉଚ୍ଚ ଏବଂ ଭୂତଳ ଜଳଭଣ୍ଡାର ପାଇଁ ୧ କୋଟି ୬୦ ଲକ୍ଷ।

ଏହା ସହ ଲିଙ୍ଗରାଜ ତଥା ଗୋଖୁବାବା ଅଞ୍ଚଳର ଲେପ୍ରୋସି କଲୋନୀ ପୁନର୍ବାସ ନିମନ୍ତେ ଏକ ମହଲା ବିଶିଷ୍ଟ କୋଠାଘର ପାଇଁ ୩ କୋଟି ୯୬ ଲକ୍ଷ, ସମ ହସ୍ପିଟାଲ ଅଞ୍ଚଳରେ ମିଡିୟସ ଆଲୋକୀକରଣ ନିମନ୍ତେ ୨୯ ଲକ୍ଷ ୬୮ ହଜାର, ଧଉଳି ସ୍ତୁପର ମରାମତି ଓ ପୁନଃନବୀକରଣ ପାଇଁ ୧ କୋଟି ୫୦ ଲକ୍ଷ, ଦୟାନଦୀ ପଶ୍ଚିମଶାଖା କେନାଲରେ ବନ୍ଧ ନିର୍ମାଣ ପାଇଁ ୩୨ ଲକ୍ଷ ୫୬ ହଜାର, ଦୟାନଦୀ ଦକ୍ଷିଣପାର୍ଶ୍ବ ନିମନ୍ତେ ଏମ୍ଵାକମେଣ୍ଟର ସୁରକ୍ଷା ନିମନ୍ତେ ୧୭ ଲକ୍ଷ ୮୧ ହଜାର , କୁଆଖାଇ ଦକ୍ଷିଣପାର୍ଶ୍ବ ଏମ୍ଵାକମେଣ୍ଟର ସୁରକ୍ଷା ୨୭ ଲକ୍ଷ ୫୦ ହଜାର, ଆଶ୍ରମ ନିକଟରେ ଦୟାନଦୀର ଦକ୍ଷିଣ ପାର୍ଶ୍ଵରେ ସଂରକ୍ଷଣ ନିମନ୍ତେ ୯ ଲକ୍ଷ ୩୧ ହଜାର, ଦୟାନଦୀ ଦକ୍ଷିଣପାର୍ଶ୍ଵରେ ସର୍ଭିସ ରୋଡର ଉନ୍ନତି ପାଇଁ ୧୪ ଲକ୍ଷ ୭୭ ହଜାର ଟଙ୍କାର ପ୍ରକଳ୍ପ।

ଏହି କାର୍ଯ୍ୟକ୍ରମରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ , ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର ଓ ଭୁବନେଶ୍ଵର ମୁନିସିପାଲ୍ କମିସନର ସଞ୍ଜୟ ସିଂ ଉପସ୍ଥିତ ଥିଲେ। ଏଥିସହ ଏକାମ୍ର ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଲିଙ୍ଗରାଜ କପିଳେଶ୍ବର ମନ୍ଦିରର ବିଭିନ୍ନ ସେବାୟତ ଓ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ଥିଲେ

Also Read  Odisha: 602 fresh Covid +Ve Cases & 7 deaths registered