ପ୍ରବଳ ବର୍ଷାରେ ବେହାଲ ଜଟଣୀ; ରାସ୍ତାରେ ବୁଡ଼ିଲା ‘ମୋ ବସ’, ଅଳ୍ପକେ ବର୍ତ୍ତିଲେ ବସଯାତ୍ରୀ

0
429
mo bus drowned in-jatani-over-bridge due to heavy rain

ଜଟଣୀ: ପ୍ରବଳ ବର୍ଷାରେ ବୁଡ଼ିଲା ‘ମୋ ବସ’ । ପହଁରି ପହଁରି ଅଳ୍ପକେ ବର୍ତ୍ତିଲେ ବସଯାତ୍ରୀ । ସୂଚନା ଅନୁସାରେ, ବସଟି ଖୋର୍ଦ୍ଧାରୁ ଜଟଣୀ ଓ ସୁନ୍ଦରପଦା ଦେଇ ଯାଉଥିବା ବେଳେ ଜଟଣୀ ରେଳ ଓଭରବ୍ରିଜ୍ ତଳେ ବର୍ଷା ପାଣିରେ ଫସି ରହିଥିଲା । ବସର ୨୫ରୁ ୩୦ ଜଣ ଯାତ୍ରୀ ରହିଥିଲେ । ସମସ୍ତଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇଛି । ଖୋର୍ଦ୍ଧା ଜଟଣୀରେ ପ୍ରବଳ ବର୍ଷା ଯୋଗୁଁ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଅତ୍ୟଧିକ ବର୍ଷା ପାଣି ଜମି ରହିଥିବା ଲାଗି ବସ୍‌ଟି ଆଗକୁ ଯାଇପାରିନଥିଲା । ଶେଷରେ ବସ୍‌ରେ ଥିବା ଯାତ୍ରୀ ଓ କର୍ମଚାରୀମାନେ ପହଁରି ପହଁରି ଉଚ୍ଚା ସ୍ଥାନକୁ ଆସୁଥିବାର ଦେଖିବାକୁ ମିଳିଛି ।

Also Read  ସୋନପୁର ସଡ଼କ ଦୁର୍ଘଟଣା: ୩ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା