ରାଜ୍ୟରେ ଲମ୍ଫ ମାରୁଛି କରୋନା : ପାଞ୍ଚ ଜିଲ୍ଲାରେ ତିନି ଅଙ୍କ ଛୁଇଁଲା ସଂକ୍ରମଣ

0
521
more 403-new covid-positives-cases identified in odisha today

ଭୁବନେଶ୍ୱର : ରାଜ୍ୟରେ ଲମ୍ବ ଡିଆଁ ମାରୁଛି ଦୈନିକ ସଂକ୍ରମଣ । ଗତକାଲି ଆସିଥିବା ରିପୋର୍ଟରେ ୧୨୧୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆସିଥିବା ରିପୋର୍ଟରେ ତାହା ୧୮୯୭ରେ ପହଞ୍ଚିଯାଇଛି। ସଂକ୍ରମିତଙ୍କ ମଧ୍ୟରେ ଶୂନରୁ ୧୮ ବର୍ଷ ମଧ୍ୟରେ ୨୫୮ ଜଣ ରହିଛନ୍ତି । ଖୋର୍ଦ୍ଧା, ବାଲେଶ୍ୱର, କଟକ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଦୈନିକ ସଂକ୍ରମଣ ୩ ଅଙ୍କ ଉପରେ ରହିଛି ।

ଗତ ୬ ଦିନରେ ୫ ହଜାରରୁ ଊର୍ଦ୍ଧ୍ୱ ନୂଆ ମାମଲା ସାମନାକୁ ଆସିଛି। ସେହିପରି ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଦେଶରେ ଦୈନିକ ସଂକ୍ରମଣ ୯୦ ହଜାରକୁ ବୃଦ୍ଧି ପାଇଥିବା ବେଳେ ଏଯାବତ ୨୬୩୦ ଜଣ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୨୬୨ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୪୮, ସମ୍ବଲପୁରରୁ ୧୨୫, ବାଲେଶ୍ୱରରୁ ୧୦୦, ଝାରସୁଗୁଡ଼ାରୁ ୬୬, କେନ୍ଦୁଝରରୁ ୩୧, ଯାଜପୁରରୁ ୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାବାଦ ଅନୁଗୋଳରୁ ୩ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୬, ଭଦ୍ରକରୁ ୭, ବଲାଙ୍ଗିରରୁ ୬, ବୌଦ୍ଧରୁ ୩, ଦେବଗଡ଼ରୁ ୧୬, ଢେଙ୍କାନାଳରୁ ୪, ଗଜପତିରୁ ୨, ଗଞ୍ଜାମରୁ ୩୪, ଜଗତସିଂହପୁରରୁ ୧୯, କଳାହାଣ୍ଡିରୁ ୧୪, କନ୍ଧମାଳରୁ ୧, କେନ୍ଦ୍ରାପଡ଼ାରୁ ୨, କୋରାପୁଟରୁ ୧୫, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୪୦, ନବରଙ୍ଗପୁରରୁ ୨୫, ନୟଗଡ଼ରୁ ୧୪, ନୂଆପଡ଼ାରୁ ୧୨, ପୁରୀରୁ ୫୪, ରାୟଗଡ଼ାରୁ ୭, ସୋନପୁରରୁ ୧୩, ଓ ଷ୍ଟେଲ ପୁଲରୁ ୧୫୮ ପଜିଟିଭ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସମୁଦାୟ ପଜିଟିଭ ସଂଖ୍ୟା ୧୦, ୫୯,୭୭୩ରେ ପହଞ୍ଚିଥିବା ବେଳେ ୧୦,୪୫,୫୧୪ ଜଣ ସୁସ୍ଥ ହୋଇ ସାରିଲେଣି। ଏବେ ରାଜ୍ୟରେ ଆକ୍ଟିଭ କେସ୍‌ ରହିଛି ୫୭୩୯ ।

 

Also Read  Leopard in Bolangir village captured after 12-hr long rescue operation