ପ୍ରିକସନ ବା ବୁଷ୍ଟର ଡୋଜର କ’ଣ ରହିଛି ପ୍ରକ୍ରିୟା, ଜାଣନ୍ତୁ……

0
354
ପ୍ରିକସନ ବା ବୁଷ୍ଟର ଡୋଜ
ପ୍ରିକସନ ବା ବୁଷ୍ଟର ଡୋଜ
ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଥିବା ୬୦ରୁ ଊର୍ଦ୍ଧ୍ବ ବୟସ୍କ ସମସ୍ତ ବ୍ୟକ୍ତି, ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀ ଏବଂ ସମସ୍ତ ଆଗଧାଡ଼ିର କରୋନା ଯୋଦ୍ଧା ଯେଉଁମାନଙ୍କ ଦ୍ବିତୀୟ ଡୋଜ୍ ନେବାର ୩୯ ସପ୍ତାହ ପୂରଣ ହୋଇଥିବ।୧ମ ଓ ୨ୟ ଡୋ‌ଜ୍ ଭାବେ ଯେଉଁ ଟିକା ନେଇଛନ୍ତି, କେବଳ ସେହି ଟିକା ନେଇପାରିବେ।ଯେଉଁ ସ୍ବାସ୍ଥ୍ୟକର୍ମୀ ବା କରୋନା ଯୋଦ୍ଧା ପ୍ରଥମ ଦୁଇଟି ଡୋଜ୍ ସାଧାରଣ ନାଗରିକଭାବେ ନେଇଛନ୍ତି ଏବଂ ସ୍ବାସ୍ଥ୍ୟକର୍ମୀ ବା କରୋନା ଯୋଦ୍ଧା ଭାବେ କୋ-ୱିନ୍‌ରେ ନିଜକୁ ପଞ୍ଜୀକୃତ କରିନାହାନ୍ତି, ସେମାନେ ୨ୟ ଡୋଜ୍ ନେବାର ନିର୍ଦ୍ଦିଷ୍ଟ ଅବଧି ପରେ ନିଜର ନିଯୁକ୍ତି ପ୍ରମାଣପତ୍ର ସହ ସରକାରୀ ଟିକାକେନ୍ଦ୍ରକୁ ଯିବାକୁ ପଡ଼ିବ।

ପଞ୍ଜୀକରଣ କେମିତି କରିବେ….

ବୁଷ୍ଟର୍‌ ଡୋଜ୍ ପାଇଁ ନୂଆ ପଞ୍ଜୀକରଣର ଆବଶ୍ୟକତା ନାହିଁ। ଏପରି କି ଯେଉଁମାନେ ୨ଟି ଟିକା ୨ଟି ରେଜିଷ୍ଟ୍ରେସନ ମାଧ୍ୟମରେ ନେଇଛନ୍ତି, ସେମାନଙ୍କୁ ବି ସାନି ପଞ୍ଜୀକରଣର ଆବଶ୍ୟକତା ନାହିଁ। ସେମାନଙ୍କର ସବୁ ତଥ୍ୟକୁ ଅପ୍‌ଡେଟ୍ କରାଯିବ। କେବଳ ପ୍ରଥମ ଡୋଜ୍ ପାଇଁ ଫ୍ରେସ୍ ରେଜିଷ୍ଟ୍ରେସନ କରିବାକୁ ପଡ଼ିଥାଏ।
ଟିକା ଦେବା ସମୟରେ ଟିକାଦାତା ହିତାଧିକାରୀଙ୍କ
କ) ରେଫରେନ୍ସ ଆଇଡି (ଯାହା ଆପଏଣ୍ଟମେଣ୍ଟ ସ୍ଲିପ୍ ଓ ଟିକା ସାର୍ଟିଫିକେଟରେ ଉପଲବ୍ଧ)
ଖ) ଟିକାକରଣ ପାଇଁ ବ୍ୟବହୃତ ପରିଚୟପତ୍ର ଓ
ଗ) ମୋବାଇଲ ନମ୍ବର ଯାଞ୍ଚ କରିବେ।

ଆପଏଣ୍ଟମେଣ୍ଟ କିପରି ନେବେ….

୮ ଜାନୁଆରି ୨୦୨୨ରୁ ହିତାଧିକାରୀମାନେ ଅନ୍‌ଲାଇନ୍ ବୁକ୍ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ୧୦ ଜାନୁଆରି ୨୦୨୦ରୁ ଟିକାକରଣ କେନ୍ଦ୍ରକୁ ଯାଇ ମଧ୍ୟ ଆପଏଣ୍ଟମେଣ୍ଟ ନେଇହେବ।

ଯାଞ୍ଚ ପ୍ରକ୍ରିୟା କ’ଣ ରହିଛି …

୬୦ରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ଯାଞ୍ଚ କଲାବେଳେ ଟିକାଦାତା ତାଙ୍କର ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା (କୋ-ମର୍ବିଡିଟି) ବିଷୟରେ ଯାଞ୍ଚ କରିବେ।ସେ ପ୍ରିକସନ ଡୋଜ୍ ନେବା ପାଇଁ ଡାକ୍ତରୀ ପରାମର୍ଶ ନେଇଛନ୍ତି କି ନା ବୁଝିବେ। ହିତାଧିକାରୀ ଯେଉଁ ତଥ୍ୟ ଦେବେ ତାକୁ ଭିତ୍ତି କରି ଫର୍ମ ପୂରଣ କରାଯିବ ଏବଂ ତାଙ୍କୁ କୌଣସି ସାର୍ଟିଫିକେଟ ଦେବାକୁ ବାଧ୍ୟ କରାଯିବ ନାହିଁ।

Also Read  Railways to do test run on the newly constructed track between Bolagarh Road and Nayagarh