ରାଜ୍ୟରେ ୧୧ ହଜାର ଟପିଲା ଦୈନିକ ସଂକ୍ରମଣ

0
236
Mask is mandatory in Delhi now. In case of violation, one has to pay a penalty of Rs.500. This has been implemented as pandemic situation is slowly deteriorating in the national capital.
India Records 14,148 New Covid cases And 302 Deaths

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ କରୋନା ବଢିଚାଲିଛି । କରୋନା ବଢିବା ସାଙ୍ଗକୁ ଓଡ଼ିଶାରେ କୋଭିଡ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧୧୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୦ ରୁ ୧୮ ବର୍ଷ ମଧ୍ୟରେ ୧୦୧୬ ଥିବାବେଳେ ସଙ୍ଗରୋଧରୁ ୬୪୭୯ ଜଣ ଓ ୪୬୯୮ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୪୨୪, ସୁନ୍ଦରଗଡରୁ ୨୧୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଜାନୁଆରୀ ପହିଲାରୁ ଏଯାଏଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବାବଦରେ ଆଲୋଚନା କଲେ ଦିନକୁ ଦିନ ଏହା ବଢୁଥିବା ଦେଖିବାକୁ ମିଳିଛି ।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୩ ହଜାର ୪୨୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୨ ହଜାର ୧୩୬, କଟକରୁ ୮୨୯, ଷ୍ଟେଟପୁଲରୁ ୭୩୭, ସମ୍ବଲପୁରରୁ ୩୭୯, ବାଲେଶ୍ୱରରୁ ୩୪୨, ବଲାଙ୍ଗୀରରୁ ୩୧୨, ମୟୂରଭଞ୍ଜରୁ ୨୭୬, ସୋନପୁରରୁ ୨୩୮, ଝାରସୁଗୁଡାରୁ ୧୯୩, ରାୟଗଡ଼ାରୁ ୧୮୪, ଯାଜପୁରରୁ ୧୭୯, କଳାହାଣ୍ଡିରୁ ୧୭୩, ଜଗତସିଂହପୁରରୁ ୧୬୪, ନୟାଗଡ଼ରୁ ୧୫୯, ନବରଙ୍ଗପୁରରୁ ୧୫୫, କୋରାପୁଟରୁ ୧୫୨, ପୁରୀରୁ ୧୪୧, ଅନୁଗୁଳରୁ ୧୩୨, ବରଗଡ଼ରୁ ୧୨୩, ଗଞ୍ଜାମରୁ ୧୦୮, ଭଦ୍ରକରୁ ୯୨, ନୂଆପଡାରୁ ୭୯, ଗଜପତିରୁ ୭୩, ବୌଦ୍ଧ ଓ କେନ୍ଦ୍ରାପଡାରୁ ୭୧ଜଣ ଲେଖାଏଁ, କେନ୍ଦୁଝରରୁ ୬୯, ଢେଙ୍କାନାଳରୁ ୬୫, ମାଲକାନଗିରିରୁ ୪୯, କନ୍ଧମାଳରୁ ୪୭ ଓ ଦେବଗଡ଼ରୁ ୨୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୨୨୦ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୩୩ ହଜାର ୯୧୨ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୫୫ ହଜାର ୬୧୫ ଜଣ ସୁସ୍ଥ ହୋଇସାରିଲେଣି। ଏବେ ରାଜ୍ୟରେ ୬୯,୭୬୩ ଜଣ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ମୃତ୍ୟୁ ସଂଖ୍ୟା ୮,୪୮୧କୁ ବୃଦ୍ଧି ପାଇଛି।  ସୂଚନାଯୋଗ୍ୟ, ଇତି ମଧ୍ୟରେ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୦୨କୁ ବୃଦ୍ଧି ପାଇଛି।

 

Also Read  ଯାତ୍ରୀବାହୀ ଟ୍ରକ ଓଲଟି ୮୦ରୁ ଉର୍ଦ୍ଧ୍ଵ ଆହତ, ୧୦ଗୁରୁତର

LEAVE A REPLY

Please enter your comment!
Please enter your name here