ଦେଶରେ ତଳମୁହାଁ କରୋନା : ୭% କମିଲା ଦୈନିକ ସଂକ୍ରମଣ

0
278
ସଂକ୍ରମଣ କମୁଛି
ସଂକ୍ରମଣ କମୁଛି

ନୂଆଦିଲ୍ଲୀ: ଦେଶରେ ଲଗାତାର କିଛି ଦିନ ହେବ ମହାମାରୀ କରୋନା ଉପରମୁହାଁ ହେବା ପରେ ଏବେ ଧୀରେ ଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୨ଲକ୍ଷ ୩୮ ହଜାର ୧୮ଟି ନୂଆ ମାମଲା ସାମ୍ନାକୁ ଆସିଛି। ଯାହା ସୋମବାର ଠାରୁ ସଂକ୍ରମଣ ମାମଲା ୭% ପ୍ରତିଶତ କମ୍‌ ରହିଛି।

ଦେଶରେ ୨୪ ଘଣ୍ଟା ମଧ୍ୟରେ କରୋନାରେ ଆକ୍ରାନ୍ତ ହୋଇ ୩୧୦ ଜଣଙ୍କ ମୃତ୍ୟୁ ହୋଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୭୬,୧୮,୨୬୧ରେ ପହଞ୍ଚିଛି। ସେହିପରି ଭାରତରେ ମୋଟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୪,୮୬,୭୬୧ରେ ପହଞ୍ଚିଛି।

ସେହିପରି ଦେଶରେ ଦିନକରେ କରୋନାରୁ ୧,୫୭,୪୨୧ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ୩,୫୩,୯୪,୮୮୨ ରହିଛି। ଏହାକୁ ମିଶାଇ ଦେଶରେ ସୁସ୍ଥତା ହାର ୯୪.୦୯%ରେ ପହଞ୍ଚିଛି। ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭,୩୬,୬୨୮ ଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।ଅନ୍ୟପଟେ ଦେଶରେ ଓମିକ୍ରନ୍‌ ଆକ୍ରାନ୍ତ ସଂଖ୍ୟା ବଢ଼ିଚାଲିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୮,୮୯୧ଟି ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟାରେ ଦେଶରେ ୮.୩୧% ଓମିକ୍ରନ ମାମଲା ବଢ଼ିଛି। ଭାତରରେ ଦୈନିକ ପଜିଟିଭିଟି ରେଟ୍‌ ବୃଦ୍ଧି ପାଇଁ ୧୪.୪୩%ରେ ପହଞ୍ଚିଛି।

Also Read  Odisha DGO Orders Minor Girl Rape Case To Be Classified As Red Flag Case