ରାଜ୍ୟରେ ଦୁଇ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ

0
430
ଖସିଲା ଦୈନିକ ସଂକ୍ରମଣ
ଖସିଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ଖସୁଛି କରୋନା ସଂକ୍ରମଣ । ରାଜ୍ୟରେ ୨ ହଜାର ତଳକୁ ଖସିଛି ସଂକ୍ରମିତଙ୍କ ସଂଖ୍ୟା ।  ଗତ ୨୪ ଘଣ୍ଟାରେ ୧୪୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନ୍‌ରୁ ୮୭୪ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ହେଉଛି ୬୨୩ ଚିହ୍ନଟ । ସେଥିମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୨୮୩ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଆଉ ୨୦ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଳାହାଣ୍ଡିରୁ ୪, କଟକରୁ ୩ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି।  ଜଗତସିଂହପୁର, ନୟାଗଡ଼ରୁ ୨ ଲେଖାଏଁ ଓ ଯାଜପୁର, କେନ୍ଦ୍ରାପଡ଼ା, ରାୟଗଡ଼ାରୁ ଜଣେ ଲେଖାଏଁ କରୋନାରେ ଆଖି ବୁଜିଛନ୍ତି। ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୭୫୪କୁ ବୃଦ୍ଧି ପାଇଛି।

ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୦୧, ଝାରସୁଗୁଡ଼ାରୁ ୭୫, ଅନୁଗୋଳରୁ ୭୧ ,କଟକରୁ ୬୯, କୋରାପୁଟରୁ ୬୬, ଯାଜପୁରରୁ ୬୪, ଦେବଗଡ଼ରୁ ୬୨, ସମ୍ବଲପୁରରୁ ୫୯, ରାୟଗଡ଼ାରୁ ୫୨, ଗଜପତିରୁ ୪୫, କେନ୍ଦୁଝରରୁ ୪୨,  ବାଲେଶ୍ୱରରୁ ୫୦, ବରଗଡ଼ରୁ ୨୨, ଭଦ୍ରକରୁ ୧୯, ବଳାଙ୍ଗିରରୁ ୨୨, ବୌଦ୍ଧରୁ ୩୨,ଢେଙ୍କାନାଳରୁ ୨୭, ଗଞ୍ଜାମରୁ ୮, ଜଗତସିଂହପୁରରୁ ୨୪, କଳାହାଣ୍ଡିରୁ ୩୮, କନ୍ଧମାଳରୁ ୩୧, କେନ୍ଦ୍ରାପଡ଼ାରୁ ୧୬, ମାଲକାନଗିରିରୁ ୭, ମୟୂରଭଞ୍ଜରୁ ୩୫, , ନବରଙ୍ଗପୁରରୁ ୩୪, ନୂଆପଡ଼ାରୁ ୨୩, ପୁରୀରୁ ୩୭, ସୋନପୁରରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ପଜିଟିଭ ସଂଖ୍ୟା ୧୨,୬୮,୩୦୮ ଥିବା ବେଳେ ସୁସ୍ଥ ହେଲେଣି ୧୨, ୩୭,୯୭୬ । ୨୧,୫୨୫  ଆକ୍ଟିଭ କେସ୍ ରହିଛି।

Also Read  ଭାରତରେ ଆଉ ୨ଟି କରୋନା ଟିକା ଓ ଗୋଟିଏ ଔଷଧକୁ ମିଳିଲା ଅନୁମତି : ଜାଣନ୍ତୁ ......