ରାଉରକେଲା : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଉରକେଲାର ଆସିଷ୍ଟାଣ୍ଟ କଲେକ୍ଟର ମନୋରଞ୍ଜନ ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଭିଜିଲାନ୍ସର ପାଞ୍ଚଟି ଟିମ ପୃଥକ ପୃଥକ ଭାବେ ରାଉରକେଲାର ଛେଣ୍ଡ କଳିଙ୍ଗ ବିହାରସ୍ଥିତ ଏମଆଇଜି – ୨୭ ଓ ଏମଆଇଜି –୨୬୪ ଦୁଇଟି ଘର, ଯାଜପୁରର ପୈତୃକ ଘର, ଭୁବନେଶ୍ୱର ଗୋଠପାଟଣାସ୍ଥିତ ଆପାର୍ଟମେଣ୍ଟ ଓ ରାଉରକେଲା ଅଫିସରେ ଏକକାଳୀନ ଚଢ଼ାଉ କରୁଛନ୍ତି।
ମନୋରଞ୍ଜନ ପୂର୍ବରୁ ରାଉରକେଲା ସରକାରୀ ଡାକ୍ତରଖାନାରେ ବରିଷ୍ଠ କିରାଣୀ ଥିଲେ। କିଛି ମାସ ପୂର୍ବରୁ ପଦୋନ୍ନତି ପାଇ ରାଉରକେଲା ତହସିଲ ଅଫିସରେ ଅତିରିକ୍ତ ତହସିଲଦାର ଭାବେ ନିଯୁକ୍ତି ପାଇଥିଲେ। ସେ ଏବେ ରାଉରକେଲା ଏଡିଏମ ଅଫିସରେ ଆସିଷ୍ଟାଣ୍ଟ କଲେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି। ଭିଜିଲାନ୍ସ ବିଭାଗର ଏହି ଚଢାଉରେ ପାଞ୍ଚ ଜଣ ଡିଏମପି, ପାଞ୍ଚ ଜଣ ଇନ୍ସପେକ୍ଟର ଜଣେ ଅତିରିକ୍ତ ଏସପିଙ୍କ ସହ ଭିଜିଲାନ୍ସ ବିଭାଗର ୨୫ ଜଣିଆ ଟିମ୍ ଚଢାଉ ଜାରି ରଖିଛନ୍ତି ।

























