ଦେଶରେ ଦ୍ରୁତ ବେଗରେ ହ୍ରାସ ପାଉଛି ସଂକ୍ରମଣ : ପୁଣି ଲକ୍ଷେ ତଳେ ସଂକ୍ରମଣ

0
361

ନୂଆଦିଲ୍ଲୀ: ଦେଶରେ ଆଜି ବି କରୋନା ସଂକ୍ରମଣ ହ୍ରାସ ପାଇଛି । ଲଗାତାର ଭାବେ ଦ୍ୱିତୀୟ ଦିନରେ ୧ଲକ୍ଷ ତଳେ ରହୁଛି ଦୈନିକ ସଂକ୍ରମଣ । ଜାନୁଆରୀ ପ୍ରଥମ ସପ୍ତାହରେ ଯେମିତି ସଂକ୍ରମଣ ଦ୍ରୁତଗାମୀ ହେଉଥିଲା, ସେହିଭଳି ଫେବ୍ରୁଆରୀରୁ ଏହା ହ୍ରାସ ପାଉଛି । ସୋମବାର ମୋଟ ୧୩,୪୬,୫୩୪ଟି ନମୁନା ପରୀକ୍ଷା କରାଯାଇଥିଲା। ୨୪ ଘଣ୍ଟା ମଧ୍ୟରେ ଆଉ ୬୭,୫୯୭ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଦୈନିକ ପଜିଟିଭ ରେଟ୍‌ ବା ଟିପିଆର ୫.୦୨%ରେ ପହଞ୍ଚି ଯାଇଛି।

ଆଜି କେରଳର ସର୍ବାଧିକ ୨୨,୫୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୬,୪୩୬, କର୍ଣ୍ଣାଟକାରେ ୬,୧୫୧, ତାମିଲନାଡୁରେ ୫,୧୦୪ ଓ ମଧ୍ୟପ୍ରଦେଶରୁ ୩,୯୪୫ ଜଣ ସଂକ୍ରମିତ ସାମ୍ନାକୁ ଆସିଛନ୍ତି । ଏହି ୫ ରାଜ୍ୟରୁ ମୋଟ ସଂକ୍ରମଣର ୬୫.୩୩% ଆକ୍ରାନ୍ତ ରହିଛନ୍ତି। କେବଳ କେରଳରୁ ୩୩.୩୨% ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଦିନକରେ କରୋନା ଜନିତ ମୃତ୍ୟୁ ତାଲିକାରେ ଆଉ ୧୧୮୮ ଜଣଙ୍କ ନାଁ ଯୋଡ଼ି ହୋଇଛି। ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୫,୦୪,୦୬୨କୁ ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ ଗୋଟିଏ ଦିନରେ ୧,୮୦,୪୫୬ ଜଣ କରୋନାକୁ ମାତ ଦେଇଛନ୍ତି। ଫଳରେ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୪,୦୮,୪୦,୬୫୮ରେ ପହଞ୍ଚି ଯାଇଛି। ଆରୋଗ୍ୟ ହାର ୯୬.୪୬% ଥିବା ବେଳେ ମୃତ୍ୟୁହାର ୧.୧୯% ରହିଛି।  ମଙ୍ଗଳବାର ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୦ ଲକ୍ଷ ତଳକୁ ଖସିଛି। ଏବେ ଦେଶର ବିଭିନ୍ନ ହସ୍ପିଟାଲ ଓ ଘରେ ରହି ମୋଟ ୯,୯୪,୮୯୧ ଜଣ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି।

Also Read  Govt clears Kedarnath, Hemkund Sahib Ji ropeway projects worth Rs 6,811 cr