ବଳକା ଉଷୁନା ଚାଉଳ ଉଠାଇବା ଦାବିରେ ଏଫସିଆଇ ଅଫିସ୍ ଅଗାରେ ବିଜେଡିର ଧାରଣା

0
367
ଏଫସିଆଇ ଅଫିସ୍ ଅଗାରେ ବିଜେଡିର ଧାରଣା
ଏଫସିଆଇ ଅଫିସ୍ ଅଗାରେ ବିଜେଡିର ଧାରଣା

ଭୁବନେଶ୍ବର: ବଳକା ଉଷୁନା ଚାଉଳ ନ ଉଠାଇବା ପ୍ରତିବାଦରେ ଏଫସିଆଇ ଅଫିସ୍ ସମ୍ମୁଖରେ ବିଜେଡିର ବହୁ ନେତା ଓ କର୍ମୀ ଧାରଣାରେ ବସିଥିଲ। ଯଦି କେନ୍ଦ୍ର ସରକାର ଏହି ଦାବି ନ ମାନନ୍ତି, ତେବେ ଏହି ଆନ୍ଦୋଳନକୁ ବ୍ୟାପକ କରିବ ବୋଲି ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି।

ଓଡ଼ିଶାର ୯୫ ପ୍ରତିଶତ ଉଷୁନା ଚାଉଳ ଉତ୍ପାଦନ ହେଉଥିବା ବେଳେ କେନ୍ଦ୍ର ସରକାର ଏଫସିଆଇ ମାଧ୍ୟମରେ ଉଠାଇବା କଥା। କିନ୍ତୁ କେନ୍ଦ୍ର ସରକାର ତାହା ପ୍ରତ୍ୟାଖ୍ୟାନ କରିଛନ୍ତି। କେନ୍ଦ୍ର ସରକାର ଓଡ଼ିଶାର ଚାଷୀଙ୍କ ଭାବାବେଗ ସହ ଖେଳୁଛନ୍ତି ବୋଲି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି।

ଚାଉଳ ଉଠାଇବାକୁ ମନା କରି ଦେଲେ ଏଫସିଆଇ ଡିଜିଏମ୍

ବଳକା ଉଷୁନା ଚାଉଳ ଉଠାଇବନି ଏଫସିଆଇ । ବିଜେଡି ପ୍ରତିନିଧି ଦଳର ଦାବିପତ୍ର ପରେ ବି ଉଷୁନା ଚାଉଳ ଉଠାଇବାକୁ ମନା କରି ଦେଇଛନ୍ତି ଏଫସିଆଇ ଡିଜିଏମ୍‌ । ଭାରତରେ ଏଫସିଆଇ ପାଖରେ ଆଗମୀ ପାଞ୍ଚ ବର୍ଷ ପାଇଁ ଉଷୁନା ଚାଉଳ ଗଚ୍ଛିତ ରହିଛି । ଏହାପରେ ଯଦି ଏଫସିଆଇ ଆଉ ଅଧିକ ଉଷୁନା ଚାଉଳ କିଣେ, ତାହେଲେ ରଖି ପାରିବ ନାହିଁ । ଫଳରେ ଚାଉଳ ନଷ୍ଟ ହେବ । ଏଫସିଆଇ ଭିଟାମିନ୍ ଯୁକ୍ତ ଉଷୁନା ଚାଉଳ କିଣୁଛି । ଓଡ଼ିଶା ପାଇଁ ଟାର୍ଗେଟ ୫ ଲକ୍ଷ ମେଟ୍ରିକ ଟନ୍‌ ଭିଟାମିନ ଯୁକ୍ତ ଚାଉଳ ରହିଛି । ସେଥିରୁ ଏଫସିଆଇ ପାଖକୁ କେବଳ ୨୦ ହଜାର ମେଟ୍ରିକ ଟନ୍‌ ଚାଉଳ ଆସିଛି । ଏଫସିଆଇ ଉଷୁନା ଚାଉଳ ନେବ ନାହିଁ, କେବଳ ଭିଟାମିନ୍ ଯୁକ୍ତ ଉଷୁନା ଚାଉଳ ନେଇପାରିବ। ଓଡ଼ିଶାକୁ କେନ୍ଦ୍ର ସରକାର ଭିଟାମିନ୍ ଯୁକ୍ତ ଉଷୁନା ଚାଉଳ ଦେବାକୁ ଟାର୍ଗେଟ ଦେଇଛନ୍ତି। ସେମାନେ ତାହା ହିଁ ଦେବେ। ବଳକା ଚାଉଳ ଭିଟାମିନ୍ ଯୁକ୍ତ ହେଲେ ହିଁ ଉଠାଇବେ। କେବଳ ଉଷୁନା ଚାଉଳ ଉଠାଇବେ ନାହିଁ ବୋଲି ଏଫସିଆଇ ଡିଜିଏମ୍‌ କହିଛନ୍ତି ।

Also Read  ୨୪ରୁ ଜୁନିୟର ହକି ବିଶ୍ୱକପ୍ : ଭାରତୀୟ ଟିମ୍ ଘୋଷଣା, ୩ ଓଡ଼ିଆ ସାମିଲ