ବାପାଙ୍କୁ ବ୍ଲେଡରେ ହତ୍ୟା କଲା ପୁଅ : ଶବ ନେଲା ବେଳେ ଗିରଫ କଲା ପୁଲିସ

0
476
ବାପାଙ୍କୁ ବ୍ଲେଡରେ ହତ୍ୟା କଲା ପୁଅ
ବାପାଙ୍କୁ ବ୍ଲେଡରେ ହତ୍ୟା କଲା ପୁଅ

ଢେଙ୍କାନାଳ : ସାମାନ୍ୟ ବାଇକ୍‌ ପାଇଁ ରକ୍ତମୁଖା ସାଜିଲା ପୁଅ। ବାପାଙ୍କ ତଣ୍ଟିକୁ ବ୍ଲେଡରେ କାଟିଦେବା ସହ ପଥରରେ ଛେଚି ହତ୍ୟା କଲା। ତା’ପରେ ମୃତଦେହକୁ ପୋଡ଼ିବାକୁ ମଶାଣିକୁ ନେଉଥିଲା। ହେଲେ ବାଟରେ ମାଡ଼ିବସିଲା ପୁଲିସ୍। ଏମିତି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ କୋରିଆଁ ଜୁଆଙ୍ଗ ବସ୍ତିରେ।

ସୂଚନା ମୁତାବକ, ସାନ ପୁଅ ଦିପକକୁ ବାପା ଏକ ଦାମି ବାଇକ କିଣି ଦେଇଥିଲେ। ବଡପୁଅ ପ୍ରକାଶ ଏହାକୁ ସହ୍ୟ କରିପାରୁ ନଥିଲା। ସେ ମଧ୍ୟ ବାପାଙ୍କୁ ଟଙ୍କା ମାଗିଥିଲା। କିନ୍ତୁ ପ୍ରକାଶଙ୍କୁ ବାପା ଟଙ୍କା ନଦେବାରୁ ଏବଂ ଜମିବାଡ଼ିକୁ ନେଇପାରିବା ଅଶାନ୍ତିରେ ଗତକାଲି ରାତିରେ ସାନ ପୁଅ ଘରେ ନଥିବାବେଳେ ଆକ୍ରମଣ କରିଥିଲା। ବାପା ତ୍ରିଲୋଚନ ପ୍ରଧାନକୁ ମାଡମାରିବା ସହିତ ଏକ ଧାରୁଆ ବ୍ଲେଡରେ ବେକକୁ କାଟି ଦେଇଥିଲା ଏବଂ ପଥରରେ ଛେଚିଥିଲା। ଫଳରେ ଘଟଣାସ୍ଥଳରେ ହିଁ ତ୍ରିଲୋଚନଙ୍କର ମୃତ୍ୟୁ ହୋଇଥିଲା।

ବାପାଙ୍କୁ ହତ୍ୟା କରିବା ପରେ ପ୍ରକାଶ ମୃତଦେହକୁ ପୋଡ଼ିବାକୁ ମଶାଣିକୁ ନେଉଥିଲେ। ଏହି ସମୟରେ କୌଣସି ସୂତ୍ରରୁ ଖବର ପାଇ ଟାଉନ୍‌ ଥାନା ପୁଲିସ୍ ଚଢ଼ାଉ କରି ପ୍ରକାଶକୁ ଧରି ଥିଲା ଓ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୁଲିସ୍ ଅଭିଯୁକ୍ତ ପ୍ରକାଶ ସହିତ ତାଙ୍କର ଜଣେ ସଂପର୍କୀୟଙ୍କୁ ଥାନାରେ ଅଟକ ରଖିଛି।

Also Read  President Of India Graces Constitution Day Celebration At Samvidhan Sadan