ଟେକ୍‌-ଅଫ୍‌ ବେଳେ ରନ୍‌ୱେରୁ ଖସିଗଲା ଇଣ୍ଡିଗୋ ବିମାନ, କାଦୁଅରେ ଫସିଲା ଚକ

0
456
wheels-of-the-plane-stuck-in-the-mud-on-the-runway while takeup

ଆସାମ: ଆସାମରୁ କୋଲକାତା ଅଭିମୁଖେ ବାହାରିଥିବା ଇଣ୍ଡିଗୋ ବିମାନ ରନୱେରେ କାଦୁଅରେ ଫଶିଗଲା । ଫଳରେ ଯାତ୍ରୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ହେଲେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ରିପୋର୍ଟ ମୁତାବକ, ରନ୍‌ୱେରୁ ଖସିଯିବାର ତୁରନ୍ତ ପରେ ପାଇଲଟ୍‌ ବିମାନ ଅଟକାଇ ଦେଇଥିଲେ। ସମସ୍ତ ଯାତ୍ରୀଙ୍କୁ ତଳକୁ ଓହ୍ଲା ଯାଇଥିଲା। କିଛି ସମୟ ପରେ ଅନ୍ୟ ଏକ ବିମାନ ଯୋଗେ ଯାତ୍ରୀମାନେ କୋଲକାତା ପାଇଁ ଉଡ଼ାଣ କରିଥିଲେ।

ବିମାନଟି ଗୁରୁବାର ଦିନ ଆସାମର ଜୋରହାଟରୁ କୋଲକାତା ଅଭିମୁଖେ ଯାଉଥିଲା। ରିପୋର୍ଟ ଅନୁଯାୟୀ, ବିମାନରେ ମୋଟ ୯୮ ଜଣ ଯାତ୍ରୀ ଥିଲେ। ଏହି ଘଟଣା ପରେ ବିମାନରେ ହଇଚଇ ସୃଷ୍ଟି ହୋଇଥିଲା। ଏହି ଘଟଣାରେ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ଏହି ଘଟଣା ପରେ ସମସ୍ତ ଯାତ୍ରୀଙ୍କୁ ବିମାନରୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା।

Also Read  Amit Shah slams Assam's social media team