ରାଜ୍ୟରେ ସାମାନ୍ୟ ବଢ଼ିଲା ସଂକ୍ରମଣ : ଦିନକରେ ୧୭୧୨ ଆକ୍ରାନ୍ତ

0
479
ରାଜ୍ୟରେ ସାମାନ୍ୟ ବଢ଼ିଲା ସଂକ୍ରମଣ
ରାଜ୍ୟରେ ସାମାନ୍ୟ ବଢ଼ିଲା ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି । ହେଲେ ଆଜି ସାମାନ୍ୟ ସଂକ୍ରମଣ ବଢ଼ିଛି । ଗତକାଲି ଅପେକ୍ଷା ୨୦୦ରୁ ଊର୍ଦ୍ଧ୍ୱ ବୃଦ୍ଧି ପାଇଛି । ବୁଧବାର ୧, ୭୧୨ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯୯୭ ଜଣ ଚିହ୍ନଟ ହୋଇଥିବାବେଳେ ୭୧୫ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି । ସେହିପରି ୦ରୁ ୧୮ ବର୍ଷ ମଧ୍ୟରେ ୩୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯଦି ସୁସ୍ଥ କଥା କହିବା ତାହାଲେ ରାଜ୍ୟରେ ୨୪ ଘଣ୍ଟାରେ ୩ ହଜାର ୪୨୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୨୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୭୯, ବାଲେଶ୍ୱରରୁ ୫୪, ବରଗଡ଼ରୁ ୧୭, ଭଦ୍ରକରୁ ୨୨, ବଲାଙ୍ଗୀରରୁ ୩୧, ବୌଦ୍ଧରୁ ୨୯, କଟକରୁ ୧୦୪, ଦେଓଗଡ଼ରୁ ୪୬, ଢେଙ୍କାନାଳରୁ ୪୯, ଗଜପତିରୁ ୪୩, ଗଞ୍ଜାମରୁ ୧୦, ଜଗତସିଂହପୁରରୁ ୪୮, ଯାଜପୁରରୁ ୫୩, ଝାରସୁଗୁଡ଼ାରୁ ୨୯, କଳାହାଣ୍ଡିରୁ ୪୯, କନ୍ଧମାଳରୁ ୩୧, କେନ୍ଦ୍ରାପଡ଼ାରୁ ୪୬, କେନ୍ଦୁଝରରୁ ୫୨, କୋରାପୁଟରୁ ୧୧୮, ମାଲକାନଗିରିରୁ ୦୩, ମୟୁରଭଞ୍ଜରୁ ୫୩, ନବରଙ୍ଗପୁରରୁ ୨୬, ନୟାଗଡ଼ରୁ ୪୫, ନୂଆପଡ଼ାରୁ ୩୯, ପୁରୀରୁ ୪୦, ରାୟଗଡ଼ାରୁ ୩୪, ସମ୍ବଲପୁରରୁ ୫୬, ସୋନପୁରରୁ ୫୪, ସୁନ୍ଦରଗଡ଼ରୁ ୧୪୭ ଓ ଷ୍ଟେଟ ପୁଲରୁ ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୧ ହଜାର ୫୨୩ରେ ପହଞ୍ଚିଛି । ସେହିପରି ୧୨ ଲକ୍ଷ ୪୫ ହଜାର ୦୨୬ ଜଣ ସୁସ୍ଥ ହୋଇଥିବାବେଳେ ଏବେ ୧୭୬୪୭ଟି ସକ୍ରିୟ ମାମଲା ରହିଛି । ରାଜ୍ୟରେ ଆଜି ୨୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪ ଜଣ ଅଛନ୍ତି ।

Also Read  RS by-polls: BJD spokesperson and former minister Pratap Deb files nomination paper today