ଏସଟିଏଫ ପଞ୍ଝାରେ ଦୁର୍ଦ୍ଦାନ୍ତ ଅପରାଧୀ ମୁନୁ : ୮ ବର୍ଷ ହେଲା ଧରା ଦେଉନଥିଲା

0
283

ଭୁବନେଶ୍ୱର : ଏସ୍‌ଟିଏଫ୍ ପଞ୍ଝାରେ ୮ବର୍ଷ ହେଲା ଫେରାର ଥିବା ଦୁର୍ଦ୍ଦାନ୍ତ ଅପରାଧୀ କିଶୋର କୁମାର ମହାରଣା ଓରଫ (ମୁନୁ) । ଏସଟିଏଫ୍ ଆଜି କଟକ ସଦର ଅଞ୍ଚଳରେ ଛାପା ମାରିବା ବେଳେ ମୁନୁ ଧରା ପଡ଼ିଛି । ମୁନୁ ଠାରୁ ଗୋଟିଏ ପିସ୍ତଲ ସହିତ ୫ରାଉଣ୍ଡ ଗୁଳି ଜବତ କରିଛି ଏସଟିଏଫ । ଏହାସହ ଅନ୍ୟ ଅପରାଧୀକ ସାମଗ୍ରୀ ମଧ୍ୟ ଜବତ ହୋଇଛି ।

୨୦୧୪ରୁ ଜଣଙ୍କୁ ହତ୍ୟା ପରେ ମୁନୁ ଫେରାର୍ ଥିଲା ।୨୦୧୪ରେ ଚଣ୍ଡିଖୋଲ ବଜାରରେ ମୁନୁ ଅନ୍ୟ ସହଯୋଗୀଙ୍କ ସହ ମିଶି ଦୀପକ ନାଏକକୁ ହତ୍ୟା କରିଥିଲା । ଘଟଣାରେ ୩ ଜଣଙ୍କ ସମ୍ପୃକ୍ତି ରହିଥିବା ବେଳେ ଯାଜପୁରର ଶେଷଦେବ ସ୍ୱାଇଁ ଓରଫ୍ ବୁବାକୁ ଗିରଫ କରାଯାଇଥିଲା । ଏହି ହତ୍ୟାକାଣ୍ଡ ଛଡ଼ା ମୁନୁ ନାଁରେ କେନ୍ଦ୍ରାପଡ଼ା ଥାନାରେ ମଧ୍ୟ ମାମଲା ରହିଛି । ୨୦୨୦ରୁ ଏସଟିଏଫ୍ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରିଛି । ଏବେ ଯାଏ ଏସଟିଏଫ୍ ୬୮ଟି ବନ୍ଧୁକ ସହ ୧୪୬ ରାଉଣ୍ଡ ଗୁଳି ଜବତ କରିଛି ।

Also Read  Shri Dharmendra Pradhan, MoS (I/c) Petroleum and Natural Gas inaugurates study hall complex for Tribal Children

LEAVE A REPLY

Please enter your comment!
Please enter your name here