ନନ୍ଦନକାନନରେ ୧୦ ମାସର ରକି ଅସୁସ୍ଥ

0
393

ଭୁବନେଶ୍ୱର : ନନ୍ଦନକାନନରେ ବାଘ ଛୁଆ ଅସୁସ୍ଥ ହୋଇଛି । ଧଳାବାଘୁଣୀ ବିଜୟାର ୧୦ ମାସର ଛୁଆ ଯାହାର ନାଁ ରକି ସେ ଏବେ ଅସୁସ୍ଥ । କିଛି ଦିନ ହେବ ତାର ତରଳ ଝାଡ଼ା ହେଉଥିବାରୁ ଖାଦ୍ୟ ଖାଉନି । ନନ୍ଦନକାନନ ପ୍ରାଣୀ ଚିକିତ୍ସକ ତାର ଚିକିତ୍ସା ଜାରି ରଖିଛନ୍ତି । ରକିର ଶରୀରରେ କାନାଇନ ପ୍ରାଭୋ ଭୂତାଣୁ ଥିବା ପରୀକ୍ଷାରୁ ଜଣାଯାଇଛି ।

ଗତବର୍ଷ ମାର୍ଚ୍ଚ ମାସରେ ବାଘୁଣୀ ବିଜୟାର ଏକ ଦଶ ମାସର ଛୁଆ ଭୂତାଣୁ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିଲା । ତେବେ ରକିକୁ ସେହି ଭୂତାଣୁ ସଂକ୍ରମଣ ନହେବା ପାଇଁ ତାକୁ ଏକ ସ୍ୱତନ୍ତ୍ର କୋଠରୀରେ ନନ୍ଦନକାନନ ପକ୍ଷରୁ ରଖାଯାଇଛି । ରକିର ସ୍ୱାସ୍ଥ୍ୟ ଉପରେ ମଧ୍ୟ ବିଶେଷ ପ୍ରାଧାନ୍ୟ ଦିଆଯାଉଛି । କିନ୍ତୁ ବର୍ତ୍ତମାନ ରକିର ଅସୁସ୍ଥତା ଚିନ୍ତା ପାଲଟିଛି ।

Also Read  ୧୩ରେ ଆଉ ଏକ ଲଘୁଚାପ; ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା