ଦେଶ ସମ୍ବିଧାନ ଅନୁଯାୟୀ ପରିଚାଳିତ ହେବ

0
215

ନୂଆଦିଲ୍ଲୀ: କର୍ଣ୍ଣାଟକରେ ହିଜାବ ବିବାଦକୁ ନେଇ ଥମୁନି ରାଜନୀତି । ଏହି ପ୍ରସଙ୍ଗରେ  ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ବୟାନ୍ ଆସିଛି। ସେ କହିଛନ୍ତି, ଦେଶ ସରିଆତ୍‌ କିମ୍ବା ଇସ୍‌ଲାମ ଆଇନ୍‌ରେ ନୁହେଁ ବରଂ ସମ୍ବିଧାନ ଅନୁଯାୟୀ ପରିଚାଳିତ ହେବ। ମୁସଲମି ମହିଳାମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନ୍‌ ତଲାକ ସମସ୍ୟାରୁ ମୁକ୍ତି ଦେଇଛନ୍ତି। ଫଳରେ ମୁସଲିମ ଝିଅମାନେ ସେମାନଙ୍କ ଅଧିକାର ଓ ଆତ୍ମସମ୍ମାନ ପାଇ ପାରିଛନ୍ତି।

ଯୋଗୀ କହିଛନ୍ତି ଯେ, ଝିଅମାନଙ୍କର ସମ୍ମାନକୁ ସୁନିଶ୍ଚିତ କରିବା ପାଇଁ ଏହି ଦେଶ ସାମ୍ବିଧାନିକ ନୀତିନିୟମ ଅନୁଯାୟୀ ଚାଲିବ । ହିଜାବ ପ୍ରସଙ୍ଗକୁ ନେଇ ଏଆଇଏମଆଏମ ମୁଖ୍ୟ ଆସାଦ୍ଦୁଦିନ ଓୱେସୀ କହିଥିଲେ ଯେ, ଦିନ ଆସିବ ଜଣେ ମୁସଲିମ ମହିଳା ଦେଶରେ ପ୍ରଧାନମନ୍ତ୍ରୀ ହେବେ। ଏହା ପରେ ଯୋଗୀ ଆଦିତ୍ୟନାଥଙ୍କ ବୟାନ୍‌ ସାମ୍ନାକୁ ଆସିଛି।

ପ୍ରଧାନମନ୍ତ୍ରୀ ତିନ୍‌ ତଲାକ୍‌ ବ୍ୟବସ୍ଥାକୁ ରଦ୍ଦ କରି ମୁସଲିମ ଝିଅମାନଙ୍କୁ ଜଟିଳ ପାରିବାରିକ ବିବାଦରୁ ମୁକ୍ତି ଦେଇଛନ୍ତି। ଝିଅମାନଙ୍କ ଆତ୍ମସମ୍ମାନ ପାଇଁ ଏହି ଦେଶ ସମ୍ବିଧାନ ଅନୁଯାୟୀ ଚାଲିବ ବୋଲି ଯୋଗୀ କହିଛନ୍ତି । ହାଇଦ୍ରାବାଦ୍‌ ସାଂସଦ ତଥା ଏଆଇଏମଆଏମ ସୁପ୍ରିମୋ ଆସାଦ୍ଦୁଦ୍ଦିନ ଓୱେସୀ ଗତ କାଲି କହିଥିଲେ ଯେ, ହିଜାବ ପିନ୍ଧୁଥିବା ଯୁବତୀ ଦିନେ ଏ ଦେଶର ପ୍ରଧାନମନ୍ତ୍ରୀ ହୋଇ ପାରିବ। ମୁଁ ହୁଏତ ବଞ୍ଚି ନଥିବି କିନ୍ତୁ ମୁଁ ଯାହା କହୁଛି ମନେ ରଖିବେ।

ହିଜାବ ପିନ୍ଧୁଥିବା ଝିଅ ଦିନେ ପ୍ରଧାନମନ୍ତ୍ରୀ ଆସନରେ ଆସିନ୍ନ ହୋଇପାରନ୍ତି। ଏହି ବିବୃତ୍ତିକୁ ନେଇ ଯୋଗୀ କହିଛନ୍ତି ଯେ, ଆମେ କେବେ ଆମର ବ୍ୟକ୍ତିଗତ ଧର୍ମୀୟ ଭାବନା ଏବଂ ପସନ୍ଦକୁ ଦେଶ ଉପରେ କିମ୍ବାର ଏହା ସଂସ୍ଥା ଉପରେ ଲଦି ପାରିବୁ ନାହିଁ। ଉତ୍ତରପ୍ରଦେଶର ସବୁ ସକରାରୀ କର୍ମଚାରଙ୍କୁ ‘ଭଗୱା’ ବା ଗେରୁଆ ପିନ୍ଧି ଆସିବାକୁ ମୁଁ କହି ପାରିବି କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସ୍କୁଲରେ ଡ୍ରେସ୍‌ କୋଡ ନିୟମ ଲାଗୁ ହେବା ଦରକାର। ଯେତେବେଳେ ଦେଶ ସମ୍ବିଧାନ ଅନୁଯାୟୀ ଚାଲିବ ସେତେବେଳେ ମହିଳାମାନେ ସେମାନଙ୍କ ଆତ୍ମ ସମ୍ମାନ, ସ୍ୱାଧୀନତା ଏବଂ ସୁରକ୍ଷା ପାଇପାରିବେ। ହିଜାବ ମାମଲାକୁ ନେଇ ଆଜି ଦିନ ୨ଟା ୩୦ରେ କର୍ଣ୍ଣାଟକ ହାଇକୋର୍ଟରେ ଶୁଣାଣି ରହିଛି। ଏହି ମାମଲାରେ ତୁରନ୍ତ ଶୁଣାଣି ପାଇଁ ହୋଇଥିବା ଆବେଦନକୁ ପୂର୍ବରୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ପ୍ରଥମେ ମାମଲା ହାଇକୋର୍ଟରେ ଶୁଣାଣି ହେବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Also Read  ବାପି ଲାହିରିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୋକ

LEAVE A REPLY

Please enter your comment!
Please enter your name here