ଯୁଦ୍ଧାଭ୍ୟାସ ସାରି ଫେରିଲେ ସୈନ୍ୟ : ୟୁକ୍ରେନର ସଙ୍କଟ ଟଳିନି

0
169

ମସ୍କୋ : ୟୁକ୍ରେନ ସୀମାରେ ମୁତୟନ ଥିବା କିଛି ଋଷିଆ ସୈନ୍ୟ ନିଜ ବାରାକକୁ ଫେରିବା ଆରମ୍ଭ କରିଛନ୍ତି । କ୍ରିମିଆରେ ଚାଲିଥିବା ଯୁଦ୍ଧାଭ୍ୟାସ ଶେଷ ହୋଇଛି ବୋଲି ଋଷ ପକ୍ଷରୁ କୁହାଯାଇଛି । ତଥାପି ୟୁକ୍ରେନ ସଙ୍କଟ ଏବେ ବି ଟଳିନି ।

କ୍ରିମିଆ ଉପଦ୍ବୀପ ପୂର୍ବରୁ ୟୁକ୍ରେନ ଅଧିନରେ ଥିବାବେଳେ ଋଷିଆ ୨୦୧୪ରେ ଏହାକୁ ବଳପୂର୍ବକ ଅଧିକାର କରିନେଇଥିଲା । ଏହି ଅଞ୍ଚଳ ୟୁକ୍ରେନର ଦକ୍ଷିଣରେ ଅବସ୍ଥିତ । ଏଣୁ ମଙ୍ଗଳବାର ୟୁକ୍ରେନର ପୂର୍ବ ସୀମାରୁ ଋଷିଆ ସେନା ପ୍ରତ୍ୟାହାର ପରେ ବୁଧବାର ଦକ୍ଷିଣରୁ ବି ସୈନ୍ୟ ପ୍ରତ୍ୟାହାର ହୋଇଛି । ଏହା ପରେ ପୂର୍ବ ୟୁରୋପରେ ଦେଖାଦେଇଥିବା ଯୁଦ୍ଧ ଆଶଙ୍କା ହଟିବାରେ ଲାଗିଛି । ସୈନ୍ୟମାନଙ୍କ ଏହି ଫେରିବା ଦୃଶ୍ୟ ବୁଧବାର ଋଷିଆର ଟିଭି ଚ୍ୟାନେଲଗୁଡ଼ିକରେ ପ୍ରସାରିତ ହୋଇଥିଲା ।

ସୈନ୍ୟ ପ୍ରତ୍ୟାହାର ଆରମ୍ଭ ହୋଇଯାଇଥିଲେ ବି ଯୁଦ୍ଧ ଆଶଙ୍କା ହ୍ରାସ ପାଇନାହିଁ ବୋଲି ଆମେରିକା ଓ ନାଟୋ ପକ୍ଷରୁ କୁହାଯାଇଛି ।  ଓ୍ବାସିଂଟନରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ସୀମାରୁ କିଛି ଋଷୀୟ ସୈନ୍ୟ ଫେରିଥିଲେ ବି ଏବେ ବି ବିପୁଳ ସଂଖ୍ୟକ ସୈନ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ଏଣୁ ବିପଦ ଟଳିନାହିଁ ।

Also Read  ରାଜ୍ୟରେ ୭,୨୯୧ କରୋନା ପଜିଟିଭ : ଖୋର୍ଦ୍ଧାରୁ କେବଳ ୧,୭୦୫

LEAVE A REPLY

Please enter your comment!
Please enter your name here