ଭୁବନେଶ୍ୱର: ରାଜ୍ୟର ସ୍ଥାନୀୟ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି କିଛି ରାଜ୍ୟ ଅତିରିକ୍ତ କଟକଣା ଲଗାଇଛନ୍ତି । କୋଭିଡ୍ କଟକଣା କୋହଳ ନେଇ କେନ୍ଦ୍ର ସରକାରଙ୍କ ଯେଉଁ ଚିଠି ଆସିଛି, ରାଜ୍ୟ ସରକାର ଭାବିଚିନ୍ତି ନିଷ୍ପତ୍ତି ନେବେ । ଆମ ରାଜ୍ୟରେ ଅତିରିକ୍ତ କଟକଣା କିଛି ନାହିଁ । ଆମର ଗାଇଡଲାଇନ ଅନୁସାରେ କଟକଣା ହୋଇଛି । ସରକାରଙ୍କର ତା ଉପରେ ନଜର ରହିଛି । କୋଭିଡ ସ୍ଥିତିର ସମୀକ୍ଷା ମଧ୍ୟ କରାଯାଉଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ।
ସେ କହିଛନ୍ତି, ସରକାରଙ୍କ ପରବର୍ତ୍ତୀ ନିଷ୍ପତ୍ତିକୁ ଅପେକ୍ଷା କରିବା । ଯଦି ଆଜିର ଷ୍ଟାଟସ ଦେଖିବା, ୨ରୁ ୩ଟି ସ୍ଥାନରେ ଅଳ୍ପ ଅଧିକ ସଂକ୍ରମଣ ରହିଛି । ବର୍ତ୍ତମାନ ସ୍ଥିତିରେ ଭଲ ସ୍ଥିତିରେ ରହିଛି ଓଡ଼ିଶା । କିଛି ଦିନ ହେଲା ସଂକ୍ରମଣ ହଜାରେ ତଳେ ରହିଛି । ହସ୍ପିଟାଲିଟି ରେଟ୍ ମଧ୍ୟ କମ୍ । ଆଗକୁ ସ୍ଥିତି ଆହୁରି ସୁଧୁରିବ ।
ମହାମାରୀ ହେଲେ, କିଛିଦିନ ବଢ଼େ, କିଛିଦିନ କମେ । ତାପରେ ଧୀରେ ଧୀରେ କମେ । ଆମେ ଏବେ ଧୀରେ ଧୀରେ କମିବା ଷ୍ଟେଜରେ ଅଛନ୍ତି ।ରାଜ୍ୟରେ ଏକାଧିକ ରୋଗରେ ଆକ୍ରାନ୍ତ ରୋଗୀଙ୍କ କ୍ଷେତ୍ରରେ ଅଧିକ ମୃତ୍ୟୁ ହେଉଛି । ଯାହା ଏବେ ମୋଟ ମୃତ୍ୟୁର ପ୍ରାୟ ୬୦ ଭାଗ । ଏହା ସହ ନିର୍ଦ୍ଦିଷ୍ଟ ସଂଖ୍ୟକ ଲୋକଙ୍କୁ ନେଇ ପଞ୍ଚାୟତ ନିର୍ବାଚନ ପ୍ରଚାର ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯଦି ତାହା ନମାନିବା, ତେବେ ସଂକ୍ରମଣ ପୁଣି ବଢ଼ିବାର ଆଶଙ୍କା ଅଛି ବୋଲି ସ୍ୱାସ୍ଥ୍ୟ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ।