ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବୌଦ୍ଧରେ ୮୪.୭୫ ମଦଦାନ : କେଉଁ ଜିଲ୍ଲାରେ କେତେ ଜାଣନ୍ତୁ ..?

0
642

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନରେ ପ୍ରଥମ ପର୍ଯ୍ୟାୟରେ ରେକର୍ଡ ସଂଖ୍ୟକ ମତଦାନ ହୋଇଛି । ଗତକାଲି ସାରା ରାଜ୍ୟରେ ୭୭.୨ ପ୍ରତିଶତ ଭୋଟ ଗ୍ରହଣ ହୋଇଥିବା ଜଣାପଡ଼ିଛି ।

ଗତକାଲି ବୌଦ୍ଧରେ ସର୍ବାଧିକ ୮୪.୭ ପ୍ରତିଶତ ମତଦାନ ହୋଇଥିବାବେଳେ ଦେବଗଡରେ ୮୩.୫ ପ୍ରତିଶତ, ଅନୁଗୁଳରେ ୮୨.୬ ପ୍ରତିଶତ, ବାଲେଶ୍ୱରରେ ୭୬.୫ ପ୍ରତିଶତ,ବରଗଡରେ ୭୯.୩ ପ୍ରତିଶତ, ଭଦ୍ରକରେ ୭୬.୫ ପ୍ରତିଶତ, କଟକରେ ୭୬.୮ ପ୍ରତିଶତ, ଢେଙ୍କାନାଳରେ ୭୮.୯, ଗଜପତିରେ ୭୯.୫ ପ୍ରତିଶତ, ଜଗତସିଂହପୁରରେ ୭୭.୫ ପ୍ରତିଶତ, ଝାରସୁଗୁଡାରେ ୮୨.୧ ପ୍ରତିଶତ, କଳାହାଣ୍ଡିରେ ୮୧.୧୨ ପ୍ରତିଶତ ମତଦାନ ହୋଇଛି।

ସେହିପରି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବିନ୍ଦ୍ର ସାହୁ କହିଛନ୍ତି ଯେ ଦ୍ଵିତୀୟ ପର୍ଯ୍ୟାୟରେ ୨୦ ହଜାର ୪୩୬ ବୁଥରେ ହେବ ନିର୍ବାଚନ। ସେଥିରୁ ୩ ହଜାର ୬୫ଟି ବୁଥ୍ ସମ୍ବେଦନଶୀଳ ଥିବାବେଳେ ୪ଟି ଜିଲ୍ଲାରେ ୨୫ଟି ସ୍ଥାନରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିଛି। ଯାଜପୁରର ୧୧,ପୁରୀର ୫,ଢେଙ୍କାନାଳର ୪,ଭଦ୍ରକର ୫ଟି ସ୍ଥାନ ପାଇଁ ପ୍ରସ୍ତାବ ଆସିଛି। ରାଜ୍ୟ ନିର୍ବାଚନ କମିଶନ ପୁନଃ ନିର୍ବାଚନ ନେଇ ତର୍ଜମା କରୁଛନ୍ତି।

Also Read  Paitalagi Niti: Srimandir to be Closed For 5 Hours Today