ସପ୍ତାହକୁ ୪ ଦିନ ଅଫିସ କାମ କରିବେ : କେଉଁଠି ଜାଣନ୍ତୁ…?

0
270

ନୂଆଦିଲ୍ଲୀ : ସପ୍ତାହକୁ ୪ଦିନ ଅଫିସ କାମ କରିବେ । ଏଣିକି ୩ ଦିନ ଛୁଟି ମିଳିବ । ଅଫିସ କାର୍ଯ୍ୟ ଶେଷ ହେବା ପରେ ବି ଅଧିକାରୀ କୌଣସି କାର୍ଯ୍ୟରେ ନିଯୋଜିତ କରିପାରିବେ ନାହିଁ । କର୍ମଚାରୀ ବି ଅଫିସର ଜଡ଼ିତ କାର୍ଯ୍ୟ ବି ଘରେ କରିବେ ନାହିଁ । ଏମିତି ନିୟମ ବେଲଜିୟମରେ ଲାଗୁ କରାଯାଇଛି ।

ସେଠାରେ ବର୍ତ୍ତମାନ କର୍ମଚାରୀମାନଙ୍କୁ ପାଞ୍ଚ ବଦଳରେ ଚାରି ଦିନ କାମ କରିବାକୁ ପଡିବ। କର୍ମଚାରୀମାନେ ସେମାନଙ୍କର କ‌ାମ ସରିବା ପରେ ଅଫିସରୁ ଯାଉଥିବା ବାର୍ତ୍ତାଗୁଡ଼ିକୁ ଅଣଦେଖା କରିବାର ଅଧିକାର ମଧ୍ୟ ପାଇବେ। କୋଭିଡ ପରେ ଦେଶ ଏହାର ଅର୍ଥନୀତି ତଥା ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ଏଭଳି ନିୟମ ତିିଆରି କରିଥିବା ଜଣାପଡ଼ିଛି।

ବେଲଜିୟମ ଲୋକଙ୍କ ଜୀବନଶୈଳୀକୁ ଉନ୍ନତ କରିବା ଏବଂ ସେମାନଙ୍କୁ ଏକ ଉତ୍ତମ କାର୍ଯ୍ୟ ଜୀବନ ଯୋଗାଇବା ପାଇଁ ବେଲଜିୟମ ସରକାରଙ୍କ ଏହି ପଦକ୍ଷେପ ନେଉଛନ୍ତି। ନୂଆ ନିୟକ ଅନୁଯାୟୀ, କର୍ମଚାରୀମାନଙ୍କୁ ପାଞ୍ଚ ବଦଳରେ ଚାରି ଦିନ ଏବଂ ମାତ୍ର ୩୮ଘଣ୍ଟା କାମ କରିବାକୁ ପଡିବ। ୩ଦିନ ଛୁଟି ମିଳୁଥିଲେ ବି ଏହା କର୍ମଚାରୀମାନଙ୍କ ମାସିକ ଦରମା ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

Also Read  ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ପୁଅଙ୍କୁ ଅପହରଣ : ଉଦ୍ଧାର କଲା ସ୍ପେଶାଲ ସ୍କାଡ ଓ ଲକ୍ଷ୍ମୀସାଗର ପୋଲିସ

LEAVE A REPLY

Please enter your comment!
Please enter your name here