ପଞ୍ଚାୟତ ନିର୍ବାଚନୀ ହିଂସା : ବିଜେଡି-ବିଜେପି-କଂଗ୍ରେସ ଦୋଶ ଲଦାଲଦି

0
288

ଭୁବନେଶ୍ୱର:  ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସମୟରେ ଘଟିଥିବା ନିର୍ବାଚନୀ ହିଂସାକୁ ନେଇ ତିନି ପ୍ରମୁଖ ଦଳ ପରସ୍ପର ଉପରେ ଦୋଶ ଲଦାଲଦି ହେବାରେ ଲାଗିଛନ୍ତି । ବିଜେଡି, ବିଜେପି ଓ କଂଗ୍ରେସ ଦଳର ନେତା ମୁହାଁମୁହିଁ ହୋଇଛନ୍ତି ।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ ନିର୍ବାଚନ ସମୟରେ ହୋଇଥିବା ବ୍ୟାପକ ହିଂସାକାଣ୍ଡର ତଥ୍ୟ ପ୍ରମାଣ ନିର୍ବାଚନ କମିଶନଙ୍କୁ ଦିଆଯାଇଛି । କମିଶନ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ କରିବା ପାଇଁ ନାଗରିକଙ୍କୁ ନିଶ୍ଚିତ କରିବା ଦରକାର । ହିଂସାକାଣ୍ଡକୁ କେମିତି ରୋକିବେ ସେ ନେଇ ନିର୍ବାଚନ କମିଶନ ପଦକ୍ଷେପ ନିଅନ୍ତୁ । ଆଇନ ଶୃଙ୍ଖଳା ରକ୍ଷା କରିବା ପୁଲିସ ପ୍ରଶାସନର ଦାୟିତ୍ୱ । ଯିଏ ବି ହିଂସାକାଣ୍ଡରେ ସମ୍ପୃକ୍ତ ତାଙ୍କୁ ଦଣ୍ଡ ମିଳୁ ବୋଲି ବିଜେପି ଦାବି କରିଛି । ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଛି । ଭୋଟ କେନ୍ଦ୍ରରେ ସରକାରୀ କଳକୁ ଅପବ୍ୟବହାର କରାଯାଇଛି । ପ୍ରିଜାଇଡ଼ିଂ ଅଫିସରମାନେ ଶାସକ ଦଳ କର୍ମୀ ଭଳି କାମ କରିଛନ୍ତି ।

ଏହାକୁ ନେଇ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ ନିର୍ବାଚନ ହାରିବା ଭୟରେ ବିଜେପି ଏଭଳି ଅଭିଯୋଗ କରୁଛି । ବିଜେଡି ସବୁବେଳେ ଅହିଂସାକୁ ବିଶ୍ୱାସ କରେ । ନିର୍ବାଚନରେ ହିଂସାର ସ୍ଥାନ ନାହିଁ । ଓଡିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ହିଂସାର ସ୍ଥାନ ନାହିଁ । ବିଜେପି ନେତା ଓ କର୍ମୀମାନେ ରକ୍ତମୁଖା ପାଲଟିଛନ୍ତି । ବିଜେଡି ବିରୋଧରେ ଅଭିଯୋଗ ଆଣିବା ବିଜେପିର ଅଭ୍ୟାସ, ତେଣୁ ତଥ୍ୟ ଓ ପ୍ରମାଣ ଥିଲେ କୋର୍ଟକୁ ଦିଅନ୍ତୁ ବୋଲି ସାଂସଦ ସସ୍ମିତ ପାତ୍ର କହିଛନ୍ତି । ସେହିପରି କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ ଏ ନିର୍ବାଚନ ଠିକରେ ଚାଲୁନି । ପ୍ରତି ଗାଁରେ ମିଟିଂ ଆଉ ଇଟିଂ ଚାଲିିଛି । ମଦ ବଣ୍ଟାହେଉଛି, ଟଙ୍କା ବଣ୍ଟାହେଉଛି । ଏ ନିର୍ବାଚନରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି ବୋଲି ସୁର କହିଛନ୍ତି ।

Also Read  Repair of Ratnabhandar Likely From December 16

LEAVE A REPLY

Please enter your comment!
Please enter your name here