ମମିତା ହତ୍ୟାକାଣ୍ଡ ଘଟଣା : ପୁଲିସ ତଦନ୍ତ କରିନି, ସିବିଆଇକୁ ହସ୍ତାନ୍ତର ଦାବି କଲେ ଜାତୀୟ ମହିଳା କମିଶନ

0
475

ଭୁବନେଶ୍ୱର : ବହୁଚର୍ଚ୍ଚିତ ମହାଲିଙ୍ଗସ୍ଥିତ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ମମିତା ମେହେର ହତ୍ୟାକାଣ୍ଡର ତଦନ୍ତ ସଠିକ ଭାବେ ହୋଇନି । ଏ ଘଟଣା ସମ୍ପର୍କରେ ପୁଲିସ ଡିଜିଙ୍କୁ ଭେଟିବା ସହିତ ତଦନ୍ତ ବିଷୟରେ ଆଲୋଚନା କରିବେ ବୋଲି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା କହିଛନ୍ତି ।

କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମମିତା ହତ୍ୟାକାଣ୍ଡ ନେଇ କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ଆୟୋଜତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଶର୍ମା କହିଛନ୍ତି, ମମିତା ହତ୍ୟାକାଣ୍ଡର ତଦନ୍ତ ପୁଲିସ କରିନି । ଏହି ଘଟଣାର ତଦନ୍ତ ସିବିଆଇକୁ ଅସ୍ତାନ୍ତର ହେବା ଉଚିତ ।

ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ପୁଲିସ ଧାର୍ଯ୍ୟ ସମୟର ଚାରିଦିନ ଆଗରୁ ବଂଗୋମୁଣ୍ଡା ଜେଏମ୍‌ଏଫ୍‌ସିରେ ଚାର୍ଜସିଟ ଦାଖଲ କରିଛି। ମେହେର ହତ୍ୟାକାଣ୍ଡର ଫାଇନାଲ ଚାର୍ଜସିଟ ଦାଖଲ କରାଯାଇଥିବା ନେଇ ଉତ୍ତରାଚଂଳ ଡିଆଇଜି ଦୀପକ କୁମାର ନିକଟରେ ସୂଚନା ଦେଇଛନ୍ତି। ପାଖାପାଖି ଦୁଇ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରାଯାଇଥିବା ବେଳେ ୧୩ ଜଣଙ୍କ ୧୬୪ ବୟାନ ରେକର୍ଡ କରାଯାଇଛି। ପାଖାପାଖି ୧୦୦ ଜଣଙ୍କର ୧୬୧ ବୟାନ ରେକର୍ଡ କରାଯାଇଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି। ଫରେନସିକ, ସାଇଣ୍ଟିଫିକ, ଡାଇରେକ୍ଟ ଏବଂ ଇନଡାଇରେକ୍ଟ ଏଭିଡେନସକୁ ତଥା ବିଭିନ୍ନ ପ୍ରକାର ତଥ୍ୟ ପ୍ରମାଣକୁ ଭିତ୍ତି କରି ପୁଲିସ ଫାଇନାଲ ଚାର୍ଜସିଟ ଦେଇଥିବା କହିଛନ୍ତି ଡିଆଇଜି ଦୀପକ କୁମାର।

Also Read  Heat Wave: Yellow Warning Issued to 8 Districts